ଖୋର୍ଦ୍ଧାରେ ଲୋକଙ୍କ କାମରେ ଆସୁବି ଆମ ଶୌଚାଳୟ,  ନିର୍ମାଣ ପରଠୁ ଖୋଲୁନି ତାଲା

ସ୍ଥାନୀୟ ଲୋକଙ୍କ ପ୍ରଶ୍ନ, କାହାପାଇଁ ଖର୍ଚ୍ଚ କୋଟିଏ ୪୦ ଲକ୍ଷ ।

ଚକାଚକ୍‌ ଶୌଚାଳୟ କାହାପାଇଁ?

ଚକାଚକ୍‌ ଶୌଚାଳୟ କାହାପାଇଁ? Photograph: (Kanaknews)

କନକ ବ୍ୟୁରୋ: ଖୋର୍ଦ୍ଧା ପୌର ପରିଷଦ ପକ୍ଷରୁ ସହରର ୪ଟି ସ୍ଥାନରେ ନିର୍ମାଣ ହୋଇଛି ଆମ ଶୌଚାଳୟ । ଗୋଟିଏ ଶୌଚାଳୟ ପାଇଁ ୩୫ ଲକ୍ଷ ହିସାବରେ ମୋଟ ୧କୋଟି ୪୦ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି । ଅଗ୍ନି ନିର୍ବାପକ ପ୍ଲାଇଉଡ୍‌ ସହ ଶୌଚାଳୟରେ ଉନ୍ନତମାନର ସମସ୍ତ ସୁବିଧା ରହିଛି । ହେଲେ କାମ ସରିବା ପରଠୁ ଶୌଚାଳୟରେ ତାଲା ଝୁଲୁଛି । 
 
ସବରେଜିଷ୍ଟାର ଅଫିସ, ଟିଏଲ୍‌ସି ରୋଡ୍‌, ସ୍ମାର୍ଟ ଶ୍ମଶାନ, ବିଇଓ ଅଫିସ ଓ ହାବେଳି ପଡ଼ିଆ ନିକଟରେ ଶୌଚାଳୟ ନିର୍ମାଣ ହୋଇଛି । ଶହଶହ ଲୋକ ପ୍ରତ୍ୟେକ ଦିନ ବିଭିନ୍ନ କାମ ପାଇଁ ଏଠାକୁ ଆସନ୍ତି। ଏପରିକି ପଶ୍ଚିମ ଓଡ଼ିଶାକୁ ଏହି ବାଟ ଦେଇ ଯିବାକୁ ପଡ଼େ । ହେଲେ ଶୌଚାଳୟ ବନ୍ଦ ରହୁଥିବାରୁ ଲୋକଙ୍କୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ ।  ଆଗରୁ ମଧ୍ୟ ଏମିତି ଅନେକ ଠିକାଦାର ପୋଷଣ ନୀତିରେ ଯୋଜନାରେ ଖୋର୍ଦ୍ଧା ପୌର ପ୍ରଶାସନ ଅର୍ଥ ଶ୍ରାଦ୍ଧ କରିଥିଲା । ଆଉ ଏବେ ଆମ ଶୌଚାଳୟ ପ୍ରଶାସନର ଅପାରଗତାକୁ ପଦାରେ ପକାଇଦେଇଛି । ତେବେ ଏଠି ପ୍ରଶ୍ନ ଉଠୁଛି, 

କାହିଁକି ବାରମ୍ବାର ଫେଲ୍‌ ମାରୁଛି ସରକାରୀ ଯୋଜନା?
କାମ ଆରମ୍ଭ ପୂର୍ବରୁ ସଠିକ୍‌ ପ୍ଲାନ୍‌ କରାଯାଉନାହିଁ କି? 
ଏସବୁ ବିଷୟରେ ଜିଲ୍ଲା ପ୍ରଶାସନ କେମିତି ଜାଣିପାରୁନାହିଁ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe