ଗଞ୍ଜାମରେ କମୁଛି ଗାଈଗୋରୁଙ୍କ ସଂଖ୍ୟା,  ବଳଦ ଅଭାବରୁ ଚାଷ ଜମିରେ ହୋଇପାରୁନି ହଳ

Advertisment

ଗତ ୫ ବର୍ଷରେ ସଂଖ୍ୟା ହ୍ରାସ ବଢ଼ାଇଲା ଚିନ୍ତା । ଦାଦନ ସମେତ ଗୋ-ଚାଲାଣ ବୃଦ୍ଧି ଅନ୍ୟତମ କାରଣ ।

ଗତ ୫ ବର୍ଷରେ ସଂଖ୍ୟା ହ୍ରାସ ବଢ଼ାଇଲା ଚିନ୍ତା । ଦାଦନ ସମେତ ଗୋ-ଚାଲାଣ ବୃଦ୍ଧି ଅନ୍ୟତମ କାରଣ ।

ଗଞ୍ଜାମରେ ଗୋରୁ ସଙ୍କଟ

ଗଞ୍ଜାମରେ ଗୋରୁ ସଙ୍କଟ Photograph: (KanakNews)

କନକ ବ୍ୟୁରୋ; ଧୀରେଧୀରେ କମୁଛି ଗାଈଗୋରୁଙ୍କ ସଂଖ୍ୟା । ବଳଦଙ୍କ ସଂଖ୍ୟା ସବୁଠାରୁ କମ୍‌ । ଆଉ ବଳଦ ନାହାନ୍ତି କି ଚାଷ ଜମିରେ ହଳ ହେଉନି । ଶଗଡ଼ ବି ଦେଖିବାକୁ ମିଳୁନାହିଁ । ବଳଦଙ୍କ ସ୍ଥାନରେ ଚାଷୀ ଟ୍ରାକ୍ଟର, ପାୱାର ଟିଲରରେ ଚାଷ ଜମି ହଳ କରୁଛନ୍ତି । କେବଳ ଗହ୍ମାପୂର୍ଣ୍ଣିମା ଓ ଅକ୍ଷୟ ତୃତୀୟାରେ କିଛି କିଛି ସ୍ଥାନରେ ହଳଲଙ୍ଗଳ ସହ ବଳଦଙ୍କୁ ଦେଖିବାକୁ ମିଳେ । ତେବେ ଆଜିର ତଥ୍ୟ ସମସ୍ତଙ୍କୁ ଚକିତ କରିଦେବ ।

ଗତ ୫ ବର୍ଷରେ ଗୋରୁଙ୍କ ସଂଖ୍ୟା କମିଯାଇଛି ଦେଢ଼ ଲକ୍ଷ । ଗୃହପାଳିତ ଗୋରୁଙ୍କ ସଂଖ୍ୟା କମିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଗଞ୍ଜାମ ଜିଲ୍ଲାର ୩ଟି ଯାକ ସବ୍‌ଡିଭିଜନରେ ଏଭଳି ଚିତ୍ର ଦେଖିବାକୁ ମିଳିଛି । ବୁଲା ଗୋରୁଙ୍କ ସଂଖ୍ୟା ତ କମିଛି, ତା ସହ ଗୁହାଳରୁ ଗୋରୁ ବି କମିଛନ୍ତି। ୨୦୨୦ ପ୍ରାଣୀସମ୍ପଦ ଗଣନା ଓ ୨୦୨୫ ପ୍ରାଣୀସମ୍ପଦ ଗଣନା ତୁଳନା କଲେ ଏହା ସ୍ପଷ୍ଟ ଜଣାପଡୁଛି ।  

୨୦୨୦ ପ୍ରାଣୀସମ୍ପଦ ତାଲିକାରେ ଗୋରୁ 
ଜର୍ସି - ୨୭, ୦୦୧
ଦେଶୀ - ୪,୧୮,୯୧୨
ମୋଟ - ୪, ୪୫, ୯୧୩

୨୦୨୫ ପ୍ରାଣୀସମ୍ପଦ ତାଲିକାରେ ଗୋରୁ
ଜର୍ସି - ୨୩,୭୭୫
ଦେଶୀ - ୪୮,୪୮୮
ଚିହ୍ନଟ ହୋଇନଥିବା- ୨, ୩୩, ୬୫୨
ମୋଟ - ୩, ୦୫, ୯୧୫
କମିଲା - ୧, ୩୯, ୯୯୮ 

ସମ୍ଭାବ୍ୟ କାରଣ 
- ଦାଦନ ମୁହାଁ ଗୋପାଳକ 
- ଗୋପାଳନରେ କ୍ଷତି 
- ଗୋ-ଚାଲାଣ ବୃଦ୍ଧି 
- ଚାରଣଭୂମିର ଅବକ୍ଷୟ 
- ଅନ୍ୟ ବ୍ୟବସାୟକୁ ପ୍ରୋତ୍ସାହନ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe