ବିପଦ ସଙ୍କୁଳ କେନ୍ଦୁଝରର ଜାତୀୟ ରାଜପଥ । ଖାଲଖମା ଭର୍ତ୍ତି ରାସ୍ତାରେ ନିୟମିତ ଘଟୁଛି ଦୁର୍ଘଟଣା ।

Advertisment

ଦୀର୍ଘ ବର୍ଷ ଧରି ଚାଲିଛି ୫୨୦ ଏବଂ ୨୦ ନଂ ସଂପ୍ରସାରଣ କାମ । ଖାଲଖମା ଭର୍ତ୍ତି ରାସ୍ତାରେ ନିୟମିତ ଘଟୁଛି ଦୁର୍ଘଟଣା । ଭୟଭିତ ସ୍ଥାନୀୟ ବାସିନ୍ଦା ।

ଦୀର୍ଘ ବର୍ଷ ଧରି ଚାଲିଛି ୫୨୦ ଏବଂ ୨୦ ନଂ ସଂପ୍ରସାରଣ କାମ । ଖାଲଖମା ଭର୍ତ୍ତି ରାସ୍ତାରେ ନିୟମିତ ଘଟୁଛି ଦୁର୍ଘଟଣା । ଭୟଭିତ ସ୍ଥାନୀୟ ବାସିନ୍ଦା ।

ACCIDENT

କନକ ବ୍ୟୁରୋ : ବିପଦ ସଙ୍କୁଳ ଅବସ୍ଥାରେ କେନ୍ଦୁଝରରେ ଲମ୍ବିଥିବା ଜାତୀୟ ରାଜପଥ । ଦୀର୍ଘ ବର୍ଷ ଧରି ରାଜପଥ ସଂପ୍ରାସରଣ କାମ ଚାଲିଛି ଯେ ଚାଲିଛି, ସରୁନି । ରାସ୍ତା ସାରା ଖାଲଖମାରେ ଭର୍ତ୍ତି । ନିୟମିତ ଦୁର୍ଘଟଣାରେ ଘଟୁଛି । କାହାର ଜୀବନ ଯାଉଛି ତ ଆଉ କିଏ ଡାକ୍ତରଖାନାରେ ପଡ଼ି ଛଟପଟ ହେଉଛନ୍ତି । ରାସ୍ତାର ଏଭଳି ସ୍ଥିତିରେ ପ୍ରତିମୂହୁର୍ତରେ  ଅଞ୍ଚଳବାସୀ ଭୟଭୀତ ଅବସ୍ଥାରେ ଯାତୟାତ କରୁଛନ୍ତି ।

କେନ୍ଦୁଝର ଜିଲ୍ଲାର ଜୀବନରେଖା ଭାବେ ପରିଚିତ ୫୨୦ ଏବଂ ୨୦ ନଂ ଜାତୀୟ ରାଜପଥ। ଯାଜପୁରର ପାଣିକୋଇଲି ଠାରୁ କେନ୍ଦୁଝରର ରେମୁଳି ପର୍ୟ୍ୟନ୍ତ ୨୯୦ କିମି ଲମ୍ୱିଛି ଜାତୀୟ ରାଜପଥ। ପ୍ରତିଦିନ ଶହଶହ ଗାଡ଼ିମଟର ଚଳାଚଳ କରୁଛି । ଲୁହାପଥ ବୋଝେଇ ଟ୍ରକ, ଟିପର ଏବଂ ଅନେକ ଛୋଟ ବଡ଼ ଗାଡ଼ି ଏବଂ ବାଇକ ଯାତୟାତ କରୁଛି । ଅସମ୍ପୂର୍ଣ୍ଣ ରାସ୍ତା ଯୋଗୁଁ ବାରମ୍ବାର ଦୁର୍ଘଟଣା ଘଟି ଜୀବନ ଯିବା ଖବର ଆସିଛି ।
 
୨୦୧୭ ଅଗଷ୍ଟ ମାସରୁ ଜାତୀୟ ରାଜପଥରେ ଟୋଲ ଆଦାୟ ହେଉଛି । କିନ୍ତୁ ଆଜି ଯାଏଁ ରାଜପଥ ସଂପ୍ରସାରଣ କାମ ସଂପୂର୍ଣ୍ଣ ହୋଇନାହିଁ। ଅଧପନ୍ତରିଆ ରାସ୍ତା ଲୋକଙ୍କ ପାଇଁ କାଳ ହୋଇଛି । ଯେଉଁ ଗୋଟିଏ ପାର୍ଶ୍ବର କାମ ସରିଛି ତାହା ଏବେ ଖାଲଖମାରେ ଭର୍ତ୍ତି ହୋଇଗଲାଣି । ରାସ୍ତାର ଏପରି ଶୋଚନୀୟ ଅବସ୍ଥା ଏବଂ ଦୁର୍ଘଟଣା କାରଣରୁ ଲୋକ ଯିବା ଆସିବା କରିବାକୁ ଭୟ କରୁଛନ୍ତି। ତୁରନ୍ତ ଏହି ରାସ୍ତାର ସଂପ୍ରସାରଣ କାମ ସମ୍ପୂର୍ଣ୍ଣ କରବା ସହ ମରାମତି ପାଇଁ ସ୍ଥାନୀୟ ଲୋକ ଦାବି କରିଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe