କନକ ବ୍ୟୁରୋ: ସରିଲା କଂଗ୍ରେସର ପିସିସି ସଭାପତି ଚୟନ ବୈଠକ । ଆସନ୍ତା ୨୩ ପରେ ଆସିବ ନୂତନ ସଭାପତିଙ୍କ ନାମ । ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ସମସ୍ତେ କରିବେ ସମର୍ଥନ । ଏନେଇ ବୈଠକରେ ପ୍ରସ୍ତାବ ପାରିତ ହୋଇଛି । ଦଳୀୟ ନେତା ଓ କର୍ମୀଙ୍କ ସହ ସମୂହ ବୈଠକ ପରେ ଦଳର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିଥିଲେ ଚରଣ ଦାସ ମହନ୍ତ । ତୃଣମୂଳ ସ୍ତରରେ ଯିଏ କଂଗ୍ରେସକୁ ଅଧିକ ସୁଦୃଢ ଏବଂ ମଜବୁତ୍ କରିପାରିବ ସେଭଳି ନେତାଙ୍କୁ ଚୟନ କରାଯିବ । ଆଗାମୀ ପଞ୍ଚାୟତ ଓ ମହାନଗର ନିର୍ବାଚନରେ ଦଳକୁ ଯିଏ ଜିତାଇବାରେ ସମର୍ଥ ହେବ ସେହିଭଳି ନେତାଙ୍କୁ ଚୟନ କରାଯିବ ବୋଲି ସୂଚନା ଦେଇଛନ୍ତି ଚରଣ ଦାସ ମହନ୍ତ ।