କନକ ବ୍ୟୁରୋ : ମଧ୍ୟପ୍ରଦେଶ ବାଦ୍ଧବଗଡ ବ୍ୟାଘ୍ର ଅଭ୍ୟାରଣରେ ରହସ୍ୟମୟ ଭାବେ ମୃତ୍ୟୁ ବରଣ କରୁଛନ୍ତି ହାତୀ । ୧୦ଟି ହାତୀଙ୍କ ରହସ୍ୟଜନକ ମୃତ୍ୟୁ କେମିତି ହେଲା? ଫରେନସିକ୍ ରିପୋର୍ଟରୁ ଜଣାପଡ଼ିଛି ଚାଚଂଲ୍ୟକର ତଥ୍ୟ । ନିକଟରେ ୧୦ଟି ହାତୀଙ୍କ ରହସ୍ୟଜନକ ମୃତ୍ୟୁ କୁ ନେଇ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏବେ ଏହି ମାମଲାରେ ଏକ ବଡ ଖୁଲାସା ହୋଇଛି । ଫରେନସିକ୍ ରିପୋର୍ଟ ଅନୁଯାୟୀ, କୋଡୋ ବାଜରାରେ ସାଇକ୍ଲୋପିଆଜୋଜେନିକ୍ ଏସିଡ୍ ଥିବାରୁ ହାତୀମାନଙ୍କର ମୃତ୍ୟୁ ଘଟିଛି । ହାତୀମାନେ ସାଇକ୍ଲୋପିଆଜୋନିକ୍ ଏସିଡ୍ ଯୁକ୍ତ କୋଡୋ ବାଜରା ଖାଇଥିଲେ । ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ୧୦ଟି ହାତୀଙ୍କ ମୃତ୍ୟୁ ପରେ ସୃଷ୍ଟି ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ ।
ଅତିରିକ୍ତ ମୁଖ୍ୟ ବନ ସଂରକ୍ଷକ ଏଲ୍ କୃଷ୍ଣମୂର୍ତ୍ତି କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ୟୁପିର ଆଇଭିଆରଆଇର ଟକ୍ସିକୋଲୋଜିକାଲ ରିପୋର୍ଟ ଅନୁଯାୟୀ ହାତୀମାନେ ବହୁ ପରିମାଣରେ କୋଡୋ ଶସ୍ୟ ଖାଇଛନ୍ତି । ସୂଚନାଯୋଗ୍ୟ, ହାତୀ ମୃତ୍ୟୁକୁ ନେଇ ମଧ୍ୟପ୍ରଦେଶ ରାଜନୀତି ସରଗରମ ରହିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ଏକ୍ସରେ ଲେଖିଛନ୍ତି ଯେ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟରେ ୧୦ଟି ହାତୀଙ୍କ ମୃତ୍ୟୁକୁ ଏକ ସପ୍ତାହ ବିତିଗଲାଣି । ଅପରାଧୀଙ୍କୁ ଧରିବା ତ ଦୂରର କଥା, ମଧ୍ୟପ୍ରଦେଶ ସରକାର ଏପର୍ୟ୍ୟନ୍ତ ହାତୀଙ୍କ ମୃତ୍ୟୁର କାରଣ ମଧ୍ୟ କରିଛନ୍ତି ସେପଟେ ଜଙ୍ଗଲ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ । ରାଜ୍ୟ କଂଗ୍ରେସ ସଭାପତି ଜିତୁ ପାଟୱାରୀ ଅଭିଯୋଗ କରିଛନ୍ତି ଯେ ହାତୀମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଛି । ବନ୍ୟଜନ୍ତୁଙ୍କ ପାଇଁ ଜାରି ହୋଇଥିବା ବଜେଟରେ ଦୁର୍ନୀତି ହୋଇଛି । ଜଙ୍ଗଲ ମନ୍ତ୍ରୀ ରାମ ନିବାସ ରାୱତଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ ।