କନକ ନ୍ୟୁଜରେ ସତ ଆସିବା ପରେ ନିଦରୁ ଉଠିଲେ ସରକାର ; ମାଫିଆଙ୍କୁ ଦେଲେ ଚେତାବନୀ

କନକ ନ୍ୟୁଜରେ କୋଇଲା ଚୋରିର ସତ ସାମନାକୁ ଆସିବା ପରେ ନିଦରୁ ଉଠିଲେ ସରକାର ।  ଚୋରି ଖଣି ବୁଲି ଦେଖିଲେ ବିଭାଗୀୟ ମନ୍ତ୍ରୀ  । ସୁନ୍ଦରଗଡରୁ ମାଫିଆଙ୍କୁ ଦେଲେ ଚେତାବନୀ । ଘେରିଲେ ବିରୋଧୀ, କାର୍ଯ୍ୟାନୁଷ୍ଠାନ ନେବାକୁ ଦେଲେ ଆହ୍ବାନ । 

Mines , sundergarh

Mines , sundergarh Photograph: (KanakNews)

କନକ ବ୍ୟୁରୋ: ପ୍ରଶାସନର ନାକ ତଳେ କୋଟି କୋଟି ଟଙ୍କାର କଳାହୀରା ଲୁଟ୍ ଚାଲିଥିଲେ ବି କେହି ମୁହଁ ଖୋଲୁନଥିଲେ  । ସମସ୍ତେ ସବୁ ଜାଣି ଚୁପ୍ ବସିଥିଲେ। ସବୁ ଜାଣି ଅଜଣା ସାଜିଥିଲେ ଅଧିକାରୀ । କିନ୍ତୁ କନକ ନ୍ୟୁଜ୍ ଖୋଳତାଡ କରି ଖଣି ଲୁଟର ସତ ପଦାକୁ ଆଣିବା ପରେ ଆକ୍ସନ ମୋଡକୁ ଆସିଛି ଖଣି ବିଭାଗ । ପ୍ରଥମେ ବିଭାଗୀୟ ଅଧିକାରୀ ଚୋରି ଖଣି ଅଞ୍ଚଳରେ ଛାନଭିନ କରିବା ପରେ ଆଜି ଘଟଣାସ୍ଥଳକୁ ନିଜେ ଯାଇଛନ୍ତି ଖଣି ମନ୍ତ୍ରୀ ଓ ଜଙ୍ଗଲ ମନ୍ତ୍ରୀ । ବିଭାଗୀୟ ସଚିବଙ୍କ ସହ ହେମଗିରି ବ୍ଲକର ଗୋପାଳପୁର, ରତ୍ନସରା ସମେତ ଅନ୍ୟ ଅଞ୍ଚଳରେ ଥିବା ବେଆଇନ କୋଇଲା ଖଣି ବୁଲି ଦେଖିଛନ୍ତି । ମାଫିଆମାନେ କେମିତି ଖଣି ଖୋଳି କୋଟି କୋଟି ଟଙ୍କାର କୋଇଲା ଲୁଟିଛନ୍ତି ତାର ଅନୁଧ୍ୟାନ କରିଛନ୍ତି  ଏବଂ ମାଫିଆଙ୍କୁ ଚେତାବନୀ ଦେଇଛନ୍ତି।  ଏପଟେ ବେଆଇନ ଖଣି ଅଞ୍ଚଳକୁ ବିଭାଗୀୟ ମନ୍ତ୍ରୀ ଯିବା ପରେ ତେଜିଛି ରାଜନୀତି । ସରକାରଙ୍କୁ ଘେରିଛନ୍ତି ଉଭୟ ବିରୋଧୀ । ଜବାବ ରଖିଛି ବିଜେପି । ଯିଏ ବି ଦୋଷୀ ହୋଇଥିବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ବିରଞ୍ଚି ତ୍ରିପାଠୀ।

ପୂର୍ବ ସରକାର ଲୁହାପଥର ଲୁଟ୍‌ କଳଙ୍କ ମୁଣ୍ଡାଇଥିଲେ। ୨୦୦୩ରୁ ୨୦୧୦ ମଧ୍ୟରେ ପ୍ରାୟ ୨ହଜାର କୋଟି ଟଙ୍କାର ଲୁହା ପଥର ଚୋରି ହୋଇଥିଲା,  ଯାହାକୁ ନେଇ ସାରାଦେଶରେ ହଇଚଇ ସୃଷ୍ଟି ହେବା ପରେ ଶାହା କମିସନ ଗଠନ ହୋଇଥିଲା। କମିସନ ଅନୁଧ୍ୟାନ କରି ନିୟମ ଉଲଂଘନକାରୀଙ୍କଠାରୁ ଜରିମାନା କରିବାକୁ ନିର୍ଦ୍ଦେଶ ଦେଇଥିଲେ ,କିନ୍ତୁ ସେବେ ବି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେବାକୁ ତତ୍କାଳୀନ ସରକାର ପଛଘୁଞ୍ଚା ଦେଇଥିଲେ । ଆଉ ଏବେ କୋଇଲା ଲୁଟର ସିବିଆଇ ତଦନ୍ତ ପାଇଁ ଦାବି ବଢୁଥିବାରୁ ସରକାର କ’ଣ କରୁଛନ୍ତି , ତା ଉପରେ ରହିଛି ସମସ୍ତଙ୍କ ନଜର । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe