ସ୍କୁଲ ପିଲାଙ୍କ ୟୁନିଫର୍ମକୁ ନେଇ ପୂର୍ବ ସରକାରଙ୍କୁ ଗଣଶିକ୍ଷା ମନ୍ତ୍ରୀଙ୍କ ଟାର୍ଗେଟ୍ । କହିଲେ, ରାଜନୈତିକ ଅଭିସନ୍ଧି ରଖି ସବୁଜ କରିଥିଲେ ୟୁନିଫର୍ମ

Advertisment

ସ୍କୁଲ ପିଲାଙ୍କୁ ସୁବଜ ରଙ୍ଗର ୟୁନିଫର୍ମ ପିନ୍ଧାଇ ବିଜେଡି ସରକାର ଦଳୀୟ ପ୍ରଚାର କରୁଥିଲେ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ ରଙ୍ଗକୁ ବଦଳାଇଛନ୍ତି ରାଜ୍ୟ ସରକାର ।

ସ୍କୁଲ ପିଲାଙ୍କୁ ସୁବଜ ରଙ୍ଗର ୟୁନିଫର୍ମ ପିନ୍ଧାଇ ବିଜେଡି ସରକାର ଦଳୀୟ ପ୍ରଚାର କରୁଥିଲେ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। ଏବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ ରଙ୍ଗକୁ ବଦଳାଇଛନ୍ତି ରାଜ୍ୟ ସରକାର ।

^òiòM

କନକ ବ୍ୟୁରୋ : ସ୍କୁଲ ପିଲାଙ୍କ ୟୁନିଫର୍ମ ବଦଳାଇବାର ଦିନକ ପରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । କହିଛନ୍ତି ନବୀନ ସରକାର ରାଜନୈତିକ ଅଭିସନ୍ଧି ରଖି ସ୍କୁଲ ପିଲାଙ୍କ ୟୁନିଫର୍ମ ରଙ୍ଗ ସବୁଜ କରିଥିଲେ । ସ୍କୁଲ ପିଲାଙ୍କୁ ସୁବଜ ରଙ୍ଗର ୟୁନିଫର୍ମ ପିନ୍ଧାଇ ବିଜେଡି ସରକାର ଦଳୀୟ ପ୍ରଚାର କରୁଥିଲେ ବୋଲି କହିଛନ୍ତି ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଏବେ ସରକାରୀ ମାଧ୍ୟମିକ ବିଦ୍ୟାଳୟର ୟୁନିଫର୍ମ ରଙ୍ଗକୁ ବଦଳାଇଛନ୍ତି ରାଜ୍ୟ ସରକାର । ନବମ ଏବଂ ଦଶମ ଶ୍ରେଣୀ ପିଲା ସବୁଜ ରଙ୍ଗ ବଦଳରେ ବାଦାମୀ ରଙ୍ଗର ୟୁନିଫର୍ମ ପିନ୍ଧିବେ । ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନା ଅଧୀନରେ ଥିବା ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡିକରେ ଏହା ଲାଗୁ ହେବ । ମାଧ୍ୟମିକ ବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ପାଇଁ ନୂଆ ଡିଜାଇନ୍ ଓ ରଙ୍ଗର ୟୁନିଫର୍ମ ଲାଗୁ ହେବ। ଯେଉଁଠାରେ ପୁରୁଣା ଡିଜାଇନ୍ ୟୁନିଫର୍ମ ବଣ୍ଟନ ହୋଇନି ସେଠାରେ ଏହା ପ୍ରଥମେ ଲାଗୁ ହେବ ବୋଲି ଜଣାପଡିଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe