ଆଜୀବନ ଜେଲରେ କଟିବ ପାଟଣାଗଡ ପାର୍ସଲବୋମା ମାମଲାର ମୁଖ୍ୟ ଅଭିଯୁକ୍ତ, ଦଣ୍ଡିତ ହେବା ପରେ ସାମ୍ନାକୁ ଆସିଲା ସେହି ଚର୍ଚ୍ଚିତ ଚିଠି

ନିଜକୁ ଚାଲାକ ଭାବି ଯେଉଁ ଚିଠି ଏସପିଙ୍କ ନିକଟକୁ ଲେଖିଥିଲା, ସେହି ଚିଠି ତାଙ୍କୁ ଫସାଇ ଦେଇଛି । ସେତେବେଳେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ହାତରେ ଚିଠି ଲାଗିବା ପରେ ସାମ୍ନାକୁ ଆସିଛି ପୁଞ୍ଜିଲାଲର ଅସଲ ଚେହେରା । 

qþKZKZKþqKþqK

କନକ ବ୍ୟୁରୋ : ବହୁଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ମାମଲାର ରାୟ ଆସିଛି। ଅଭିଯୁକ୍ତ ପୁଞ୍ଜିଲାଲ ମେହେରକୁ ଆଜୀବନ ସଜା ଶୁଣାଇଛନ୍ତି ବଲାଙ୍ଗୀର ଏସଡିଜେଏମ କୋର୍ଟ। ଏବେ କୋର୍ଟଙ୍କ ରାୟ ପ୍ରକାଶ ପରେ ସାମ୍ନାକୁ ଆସିଛି ସେହି ଚର୍ଚ୍ଚିତ ଚିଠି । ନିଜକୁ ଚାଲାକ ଭାବି ଯେଉଁ ଚିଠି ଏସପିଙ୍କ ନିକଟକୁ ଲେଖିଥିଲା, ସେହି ଚିଠି ତାଙ୍କୁ ଫସାଇ ଦେଇଛି । ସେତେବେଳେ କ୍ରାଇମବ୍ରାଞ୍ଚ ଆଇଜି ଅରୁଣ ବୋଥ୍ରାଙ୍କ ହାତରେ ଚିଠି ଲାଗିବା ପରେ ସାମ୍ନାକୁ ଆସିଛି ପୁଞ୍ଜିଲାଲର ଅସଲ ଚେହେରା । 

୭ ବର୍ଷ ଧରି ଚାଲିଥିବା ଏହି ମାମଲାର ଶୁଣାଣି କରି କୋର୍ଟ ଆଜି ମୁଖ୍ୟ ଓ ଏକମାତ୍ର ଅଭିଯୁକ୍ତ ପୁଞ୍ଜିଲାଲ ମେହରଙ୍କୁ ଆଜୀବନ କାରାଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି । ଜରିମାନା ଅନାଦେୟ ପୁଞ୍ଜିଲାଲଙ୍କୁ ଅଧିକ ଦିନ ଜେଲରେ ରହିବାକୁ ପଡିବ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe