ରାଜ୍ୟରେ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା,  କେଉଁଠି ଶିକ୍ଷକ ଅଭାବ ତ କେଉଁଠି ପାଠପଢ଼ା ନାହିଁ ସାମାନ୍ୟ ସୁବିଧା

Advertisment

ପାଠ ପଢ଼ିବାକୁ ଜଙ୍ଗଲ ରାସ୍ତା ଦେଇ ଯାଉଛନ୍ତି ଛାତ୍ରଛାତ୍ରୀ । କେବେ ମିଳିବ ଉତ୍ତମ ଶିକ୍ଷା, ଉଠିଲା ପ୍ରଶ୍ନ ।

ପାଠ ପଢ଼ିବାକୁ ଜଙ୍ଗଲ ରାସ୍ତା ଦେଇ ଯାଉଛନ୍ତି ଛାତ୍ରଛାତ୍ରୀ । କେବେ ମିଳିବ ଉତ୍ତମ ଶିକ୍ଷା, ଉଠିଲା ପ୍ରଶ୍ନ ।

ଏମିତି ପଢ଼ିବୁ, ବଢ଼ିବୁ କେମିତି?

ଏମିତି ପଢ଼ିବୁ, ବଢ଼ିବୁ କେମିତି? Photograph: (KanakNews)

କନକ ବ୍ୟୁରୋ:  ରାଜ୍ୟରେ ବିପର୍ଯ୍ୟସ୍ତ ହୋଇପଡ଼ିଛି ଶିକ୍ଷା ବ୍ୟବସ୍ଥା । କେଉଁଠି ଶିକ୍ଷକ ନାହାନ୍ତି ତ’ ଆଉ କେଉଁଠି ପିଲା ପ୍ରଧାନଶିକ୍ଷକଙ୍କ ବଦଳି ପ୍ରତିବାଦରେ ଧାରଣାରେ ବସିଛନ୍ତି ଛାତ୍ରଛାତ୍ରୀ । ଗମନାଗମନର ସୁବିଧା ନଥିବାରୁ ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ ହେଉଛି । ଗଜପତିରେ ରାସ୍ତା ନଥିବା ଯୋଗୁଁ ବିଲ ହୁଡ଼ା, ଜଙ୍ଗଲ ରାସ୍ତା ଦେଇ ପାଠ ପଢ଼ିବାକୁ ଯାଉଛନ୍ତି ଛାତ୍ରଛାତ୍ରୀ ।

କୁହାଯାଏ ଶିକ୍ଷାର ବିକାଶ ହେଲେ ଦେଶର ସର୍ବାଙ୍ଗୀନ ଉନ୍ନତି ହେବ । ହେଲେ ଯେଉଁଠି ପିଲା ପାଠ ଟିକେ ପଢ଼ିବା ପାଇଁ ଏତେ ସଂର୍ଘର୍ଷ କରୁଛନ୍ତି । ସେଠି ଉନ୍ନତି କଥା କ’ଣ ବା କହିହେବ। ଆପଣ ଦେଖୁଥିବା ହାଟଡିହି, ଗଜପତି ଓ ଉଦଳାର ୩ଟି ଚିତ୍ର ଏହାର ବାସ୍ତବତାକୁ ଦର୍ଶାଉଛି । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe