କନକ ବ୍ୟୁରୋ : କେନ୍ଦ୍ରାପଡ଼ାରେ ଲକ୍ଷ୍ମୀ ବସ ଡ୍ରାଇଭର ଓ ହେଲପରଙ୍କୁ ନିସ୍ତୁକ ମାଡ଼ । ରାଜନଗର ବ୍ଲକ ମହୁଲିଆ ପଞ୍ଚାୟତର କଣି ଛକଠାରେ ଲକ୍ଷ୍ମୀ ବସକୁ ଏକ ପିକପ୍ ଭ୍ୟାନ୍ ଦ୍ରୁତି ଗତିରେ ଆସି ଧକ୍କା ଦେଇଥିଲା। ଏହାପରେ ବସ୍ କର୍ମଚାରୀ ଓ ପିକଅପ୍ ଭ୍ୟାନ୍ କର୍ମଚାରୀଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ବସ୍ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମାରିଥିଲେ ପିକପ୍ ଭ୍ୟାନ୍ କର୍ମଚାରୀ । ମାଡ଼ ମାରି ମୁହଁ, ନାକ ଫଟାଇ ଦେଇଥିଲେ । ବସ୍ ଡ୍ରାଇଭର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି ।