କନକ ବ୍ୟୁରୋ :  ସୁଭଦ୍ରା ଯୋଜନାରୁ ବାଦ୍ ପଡ଼ିଥିବା ଆବେଦନକାରୀଙ୍କୁ ପୁଣି ଥରେ ଯୋଜନାରେ ସାମିଲ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ଏଥିପାଇଁ ସରକାର ଏକ ନୋଡାଲ ଏଜେନ୍ସି ଗଠନ କରିଛନ୍ତି । ନଭେମ୍ବର ଓ ଡିସେମ୍ବରରେ ପର୍ଯ୍ୟାୟକ୍ରମେ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟଟଙ୍କା ଦେବାକୁ ସ୍ପଷ୍ଟ କରିଛନ୍ତି ସରକାର । ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଆବେଦନ କରିଥିବା ବେଳେ ବର୍ଷ ଶେଷ ସୁଦ୍ଧା ୧ କୋଟିରୁ ଅଧିକ ମହିଳାଙ୍କୁ ମିଳିବ ସୁଭଦ୍ରା ଟଙ୍କା । ଏନେଇ ସ୍ପଷ୍ଟ କରିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଅଥାର୍ତ ଆବେଦନ କରିଥିବା ମହିଳାଙ୍କ ମଧ୍ୟରୁ ପ୍ରାୟତଃ ସମସ୍ତଙ୍କୁ ଏହି ଯୋଜନାର ମିଳିବ ଲାଭ ।