କନକବ୍ୟୁରୋ : ଦିନକୁ ଦିନ ଉତ୍କଟ ହେଲାଣି ଦିଲ୍ଲୀ ପ୍ରଦୂଷଣ । ଦେଶର ରାଜଧାନୀରେ ବାୟୁର ମାନ ସାଂଘାତିକ ସ୍ତରରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ଆଜିଠାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ୍ ବା ଜିଆରଏପିର ତୃତୀୟ ପର୍ଯ୍ୟାୟ କାର୍ଯ୍ୟକାରୀ କରିବାକୁ ଏୟାର୍ କ୍ୱାଲିଟି ମ୍ୟାନେଜମେଣ୍ଟ କମିସନ ସିଏକ୍ୟୁଏମ୍ ନିଷ୍ପତ୍ତି ନେଇଛି ।
ଜିଆର୍ଏପି-୩ କାର୍ଯ୍ୟକାରୀ ହେଲେ ନିର୍ମାଣ ଓ ଉଚ୍ଛେଦ ବନ୍ଦ ରହିବ। ସମସ୍ତ ଅଣ-ଅତ୍ୟାବଶ୍ୟକ ଖଣି କାର୍ଯ୍ୟ ବନ୍ଦ ରହିବ, ଅଣ-ଇଲେକ୍ଟ୍ରିକ୍, ଅଣ-ସିଏନ୍ଜି ଏବଂ ଅଣ ବିଏସ୍-୬ ଡିଜେଲ ଅନ୍ତଃରାଜ୍ୟ ବସ୍ ଚଳାଚଳ ଉପରେ ପ୍ରତିବନ୍ଧକ ଲଗାଯିବ । ଏହା ସହିତ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି ।

ଆଜି ସକାଳ ୮ଟାରୁ ବିଏସ୍-୩ ପେଟ୍ରୋଲ ଓ ବିଏସ୍-୪ ଡିଜେଲ ଚାରିଚକିଆ ଯାନ ଚଳାଚଳ ଉପରେ କଟକଣା ଲଗାଯାଇଛି । ସେପଟେ ରାସ୍ତାରେ ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ବଢ଼ାଇବାକୁ ସିଏକ୍ୟୁଏମ୍ ନିର୍ଦ୍ଦେଶ ଦେଇଛି । ବିଶେଷ କରି ଟ୍ରାଫିକ୍ ସମୟ ପୂର୍ବରୁ ହଟ୍ସ୍ପଟ୍ ଅଞ୍ଚଳରେ ରାସ୍ତା ଉପରେ ପାଣି ସିଞ୍ଚନ ବୃଦ୍ଧି କରିବାକୁ କୁହାଯାଇଛି ।
ସରକାର ଦିଲ୍ଲୀ ବାସିନ୍ଦାଙ୍କୁ ଯଥା ସମ୍ଭବ ସର୍ବସାଧାରଣ ପରିବହନ ବ୍ୟବହାର କରିବାକୁ ପରାମର୍ଶ ଦେଇଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଗୁରୁବାର ଦିନର ୧୨ଟା ବେଳେ ଦିଲ୍ଲୀ ଦ୍ବାରିକା ସେକ୍ଟର ୮ରେ ଏୟାର କ୍ବାଲିଟି ଇଣ୍ଡେକ୍ସ ବୋର୍ଡରେ ୧,୦୫୧ ପଏଣ୍ଟ ଥିଲା । ଯାହା ଅତି ସାଂଘାତିକ ଓ ସ୍ୱାସ୍ଥ୍ୟ ପାଇଁ ବିଷ ସଦୃଶ ।