ବିମାନ ଦୁର୍ଘଟଣାରେ ୨୭୦ ଟପିଲା ମୃତ୍ୟୁ ସଂଖ୍ୟା ; ୮୦ରୁ ଅଧିକ ଲୋକଙ୍କ ଚାଲିଛି ଚିକିତ୍ସା

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ୨୭୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା । ୨୪୧ ଯାତ୍ରୀଙ୍କ ସହ ୩୪ ଜଣ ଏମବିବିଏସ୍ ଛାତ୍ର ଓ ମେଡିକାଲ କଲେଜ କର୍ମଚାରୀ ମୃତ । ଡାକ୍ତରଖାନାରେ ୮୦ରୁ ଅଧିକଙ୍କ ଚିକିତ୍ସା ଜାରି । 

Death toll****

Death toll**** Photograph: (KanakNews)

କନକ ବ୍ୟୁରୋ : ଅହମ୍ମଦାବାଦ ବିମାନ ଦୁର୍ଘଟଣା କେମିତି ଘଟିଲା? ପ୍ରକୃତରେ କାହାର ତ୍ରୁଟି ପାଇଁ ୨୪୧ ଜଣ ବିମାନ ଯାତ୍ରୀଙ୍କ ସମେତ ୨୬୫ଜଣଙ୍କ ମୃତ୍ୟୁ ହେଲା ? ଏହାର କାରଣ ଖୋଜା ଚାଲିଛି । ଘଟଣାସ୍ଥଳରେ ପହଞ୍ଚିଛି ଫରେନ୍ସିକ୍ ଟିମ୍ ଓ ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ଟିମ୍। ବିମାନ ଦୁର୍ଘଟଣାସ୍ଥଳରେ ଏହି ଦୁଇ ତଦନ୍ତକାରୀ ସଂସ୍ଥାର ସହ ଏନଏସଜି, ଏନଡିଆରଏଫ୍ , ବାୟୁସେନା,ଏଫଏସଏସ, ଅଗ୍ନିଶମ ଟିମ୍ ଉପସ୍ଥିତ ଅଛନ୍ତି ।

-ଦୁର୍ଘଟଣାସ୍ଥଳରେ ଏଏଆଇବି ଟିମ୍ ଓ ଫୋରେନ୍ସିକ ଟିମ୍
-ତଥ୍ୟ ଓ ପ୍ରମାଣ ଯୋଗାଡ଼ କରୁହେଉଛି
-ବେସାମରିକ ଚଳାଚଳ ମନ୍ତ୍ରଣାଳୟର ତଦନ୍ତକାରୀ ସଂସ୍ଥା ଅଟେ ଏଏଆଇବି
-ଏହା ବିମାନ ସୁରକ୍ଷା ଓ ଉଡ଼ାଣ ସୁରକ୍ଷା ସମ୍ବନ୍ଧିତ ମାନକ ଯାଞ୍ଚ କରେ 
-ପ୍ରମାଣ ଆଧାରରେ ତଦନ୍ତକୁ ଆଗକୁ ନିଏ 
-ତଦନ୍ତ ପାଇଁ ଏଏଆଇବିକୁ କୋର୍ଟ କିମ୍ବା ପୁଲିସ ଅନୁମତିର ଆବଶ୍ୟକତା ନାହିଁ 
-ଅନ୍ତରାଷ୍ଟ୍ରୀୟ ବିମାନ ନାଗରିକ ସଂଗଠନ ଅନୁସାରେ କାର୍ଯ୍ୟ କରେ 
-ସମସ୍ତ ବିମାନ ଦୁର୍ଘଟଣାର ତୃଣମୂଳ ସ୍ତରରେ ତଦନ୍ତ କରେ 
-ପ୍ରମାଣ ଯୋଗାଡ଼ ସହ କାହିଁକି ଦୁର୍ଘଟଣା ହେଲା ବିଶ୍ଳେଷଣ କରେ 
-ତଦନ୍ତ ସରିବା ପରେ ଆଇସିଏଓକୁ ରିପୋର୍ଟ ପ୍ରଦାନ କରେ 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe