ଭାରତ ପାକିସ୍ତାନ ମ୍ୟାଚ ପାଇଁ କାଉଣ୍ଟଡାଉନ୍ ଆରମ୍ଭ । ଦୁବାଇରେ ଦୁଇ ଏସୀୟ ମହାଶକ୍ତିଙ୍କ ମଧ୍ୟରେ ମହାମୁକାବିଲା ।

ସେମିଫାଇନାଲ୍ ସ୍ଥାନ ପକ୍କା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ପାକିସ୍ତାନ ପାଇଁ କର ବା ମର ସ୍ଥିତି ।

କାଉଣ୍ଟଡାଉନ୍ ଆରମ୍ଭ

କାଉଣ୍ଟଡାଉନ୍ ଆରମ୍ଭ

କନକ ବ୍ୟୁରୋ :  ଆଜି ଚାମ୍ପିଅନ୍ସ ଟ୍ରଫିରେ ମହାମୁକାବିଲା । ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ଦୁଇ ଏସୀୟ ମହାଶକ୍ତି ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ମ୍ୟାଚ । ଦୀର୍ଘ ୮ ବର୍ଷ ପରେ ଚାମ୍ପିଅନ୍ସ ଟ୍ରଫିରେ ମୁହାଁମୁହିଁ ହେବେ ଭାରତ ପାକିସ୍ତାନ । ୨୦୧୭ ପରାଜୟର ପ୍ରତିଶୋଧ ନେବାକୁ ଭାରତ ଲକ୍ଷ୍ୟ ରଖିଛି ।

୨୦୧୭ରେ ଶେଷଥର ପାଇଁ ଖେଳାଯାଇଥିଲା ଚାମ୍ପିଅନ୍ସ ଟ୍ରଫି। ଭାରତ ଓ ପାକିସ୍ତାନ ମଧ୍ୟରେ ଟାଇଟଲ୍ ଟକ୍କର ହୋଇଥିବା ବେଳେ ବାଜି ମାରି ନେଇଥିଲା ପାକିସ୍ତାନ। ଏଥର କିନ୍ତୁ ଭାରତର ପଲ୍ଲା ଭାରି ରହିଛି । କାରଣ ବାଂଲାଦେଶ ବିପକ୍ଷରେ ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଭାରତ ଆଜିର ମ୍ୟାଚ ଜିତି ସେମିଫାଇନାଲ ପାଇଁ ଜାଗା ପକ୍କା କରିବାକୁ ଚେଷ୍ଟା କରିବ। ସେପଟେ ନ୍ୟୁଜିଲାଣ୍ଡଠାରୁ ପ୍ରଥମ ମ୍ୟାଚ୍‌ ହାରି ଚାପରେ ଅଛନ୍ତି ପାକିସ୍ତାନ ଖେଳାଳି । ପରାଜିତ ହେଲେ ସେମିଫାଇନାଲ ଦୌଡ଼ରୁ ବିଦା ହୋଇପାରେ ଦଳ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe