Photograph: (KANANAK NEWS)
କନକ ବ୍ୟୁରୋ: ଆଇପିଏଲ ମହାସମର ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି । ଏନେଇ ଆଜି ପୂରା ମ୍ୟାଚ ସୂଚୀ ଜାରି କରାଯାଇଛି । ପ୍ରଥମ ମ୍ୟାଚ ମାର୍ଚ୍ଚ ୨୨ରେ କୋଲକାତା- ବାଙ୍ଗାଲୋର ମଧ୍ୟରେ ଖେଳାଯିବ । ଓପନିଂ ମ୍ୟାଚ କୋଲକାତାର ଇଡେନ ଗାର୍ଡେନ ଷ୍ଟାଡିୟମରେ ଖେଳାଯିବ । ମେ ୨୫ରେ ଆଇପିଏଲ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଗତଥର ଭଳି ଏଥର ବି ଆଇପିଏଲରେ ୧୦ ଟିମ ଭାଗନେବେ ।
ଆଇପିଏଲ ୨୦୨୫ ସିଜିନରେ ୧୦ ଟିମ ମଧ୍ୟରେ ୬୫ ଫାଇନାଲ ସମେତ ୭୪ ମୁକାବିଲା ହେବ । ଏହି ସବୁ ମ୍ୟାଚ ଭାରତର ୧୩ଟି ଭେନ୍ୟୁରେ ହେବ । ଦିନର ମ୍ୟାଚ ୩ଟା ୩୦ରେ ଖେଳାଯିବ । ଆଉ ସନ୍ଧ୍ୟାରେ ୭ଟା ୩୦ରେ ମ୍ୟାଚ ଆରମ୍ଭ ହେବ ।
ଚଳିତ ଆଇପିଏଲ ମ୍ୟାଚ ଏଥର ଡବଲ ହେଡର ରହିବ । ଏହି ସବୁ ଡବଲ ହେଡର ମ୍ୟାଚ ଶନିବାର ଓ ରବିବାର ହେବ । ଆଇପିଏଲ ଡବଲ ହେଡରର ଅର୍ଥ ଗୋଟିଏ ଦିନରେ ଦୁଇଟି ମ୍ୟାଚ । ଚଳିତ ଆଇପିଏଲର ଓପନିଂ ମ୍ୟାଚ ଶନିବାର ଆରମ୍ଭ ହେବ । ଅର୍ଥାତ ଏଥର ଦ୍ବିତୀୟ ମ୍ୟାଚ ରବିବାର ଦିନ ପ୍ରଥମ ଡବଲ ହେଡର ମ୍ୟାଚ ଦେଖିବାକୁ ମିଳିବ ।
Follow Us