କନକ ବ୍ୟୁରୋ : ସ୍ତ୍ରୀକୁ ଇଞ୍ଜେକସନ ଦେଇ ହତ୍ୟା ମାମଲା । ଅଭିଯୁକ୍ତ ପ୍ରଦ୍ୟୁମ୍ନ କୁମାରକୁ ଦିନିକିଆ ରିମାଣ୍ଡରେ ନେଲା ଭରତପୁର ପୋଲିସ । ଅଭିଯୁକ୍ତ ସ୍ୱାମୀ ପ୍ରଦ୍ୟମ୍ନ ଓ ତାର ଗାର୍ଲଫ୍ରେଣ୍ଡକୁ ଭଡ଼ା ଘରକୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରାଯିବ । ମେଡାଜୋଲାମ୍ ଆନେସ୍ଥେସିଆ ସହ ପୋଟାସିୟମ ଲିକୁଇଡ୍ ମିଶାଇ ଶୁଭଶ୍ରୀଙ୍କୁ ଇନଜେକ୍ସନରେ ଦେଇଥିଲେ ଅଭିଯୁକ୍ତ । ଆନେସ୍ଥେସିଆ ଦେବାର ମାତ୍ର ୫ ମିନିଟ ମଧ୍ୟରେ ଶୁଭଶ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ବେଳେ ଶୁଭଶ୍ରୀଙ୍କ ପାଟି ବନ୍ଦ କରି ହାତଗୋଡ଼ ବନ୍ଧା ଯାଇଥିଲା ।
ଆନାସ୍ଥେସିଆ କିଏ କେଉଁଠୁ ଆଣିଥିଲା ତାହାର ମଧ୍ୟ ତଦନ୍ତ କରାଯିବ । ସେପଟେ ଏସଏଫଏସଏଲରେ ଚାଲିଛି ଶୁଭଶ୍ରୀଙ୍କ ଅର୍ଗାନ ଟେଷ୍ଟ । ଯେଉଁଥିରୁ ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ମିଳିଥିବା ସୂଚନା ମିଳିଛି । ଖୁବଶୀଘ୍ର ଫାଇନାଲ ଭିସଜରା ରିପୋର୍ଟ ଆସିବ ।