କାନ୍ଥରୁ ହଜିଯିବ ବିଜୁ ପକ୍କାଘର ଲୋଗୋ: ଗରିବଙ୍କ ପାଇଁ ଆସିବ ନୂଆ ପକ୍କାଘର ଯୋଜନା, 'ଅନ୍ତ୍ୟୋଦୟ ଗୃହ ଯୋଜନା' ଆଣିବେ ମୋହନ ସରକାର!

Advertisment

ଖୁବଶୀଘ୍ର ବଦଳିଯିବ ବିଜୁ ପକ୍କା ଘର ଯୋଜନାର ନାଁ  । ଏହା ବଦଳରେ ସରକାର ଆରମ୍ଭ କରିବାକୁ ଯାଉଛନ୍ତି 'ଅନ୍ତ୍ୟୋଦୟ ଗୃହ ଯୋଜନା' । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାକି ଅଛି ।

ଖୁବଶୀଘ୍ର ବଦଳିଯିବ ବିଜୁ ପକ୍କା ଘର ଯୋଜନାର ନାଁ  । ଏହା ବଦଳରେ ସରକାର ଆରମ୍ଭ କରିବାକୁ ଯାଉଛନ୍ତି 'ଅନ୍ତ୍ୟୋଦୟ ଗୃହ ଯୋଜନା' । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାକି ଅଛି ।

ascsa

sacsa

କନକ ବ୍ୟୁରୋ: ଖୁବଶୀଘ୍ର ବଦଳିଯିବ ବିଜୁ ପକ୍କା ଘର ଯୋଜନାର ନାଁ  । ଏହା ବଦଳରେ ସରକାର ଆରମ୍ଭ କରିବାକୁ ଯାଉଛନ୍ତି 'ଅନ୍ତ୍ୟୋଦୟ ଗୃହ ଯୋଜନା' । ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି । କେବଳ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ବାକି ଅଛି । 'ଅନ୍ତ୍ୟୋଦୟ ଗୃହ ଯୋଜନା'ରେ  ପକ୍କାଘରର ସଂଜ୍ଞାକୁ ସରଳୀକରଣ କରାଯାଇଛି । 

ପ୍ରତ୍ୟେକ ଗରିବଙ୍କୁ ଘର ଦେବାକୁ ୨୦୧୪-୧୫ରେ  ଆରମ୍ଭ ହୋଇଥିଲା ବିଜୁ ପକ୍କାଘର ଯୋଜନା। ଲକ୍ଷ୍ୟ ଥିଲା ପ୍ରତ୍ୟେକ ଗରିବଙ୍କ ମୁଣ୍ଡରେ ଛାତ ଘରଟିଏ ଦେବା । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟବରାଦ ବି ହୋଇଥିଲା । ଏହାକୁ ଫ୍ଲାଗସିପ୍‌ କାର୍ଯ୍ୟକ୍ରମ ଭାବେ ବେଶ ପ୍ରଚାର ପ୍ରସାର କରିଥିଲେ ତତକାଳୀନ ନବୀନ ସରକାର। କିନ୍ତୁ ଟାର୍ଗେଟ ପୂରଣ କରିପାରିନଥିଲା ଏହି ଯୋଜନା । ଏବେ ନୂଆ ସରକାର ଆସିବା ପରେ ବିଜୁ ପକ୍କାଘର ଯୋଜନାର ନାଁ ବଦଳାଇବାକୁ ଯାଉଛନ୍ତି। ବିଜୁ ପକ୍କା ଘର ବଦଳରେ ଆରମ୍ଭ ହେବ 'ଅନ୍ତ୍ୟୋଦୟ ଗୃହ ଯୋଜନା'। 

ସୂଚନା ଅନୁସାରେ, ପଂଚାୟତିରାଜ ବିଭାଗ ପକ୍ଷରୁ ଅନ୍ତ୍ୟୋଦୟ ଗୃହ ଯୋଜନାର ଚୂଡାନ୍ତ ରୂପରେଖ ସରିଛି । ଡ୍ରାଫଟ ବି ପ୍ରସ୍ତୁତ ହୋଇସାରିଛି । ଏହା ଉପରେ  ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ମୋହର ମାରିପାରନ୍ତି । ଏବେ ଆସନ୍ତୁ ଜାଣିବା 'ଅନ୍ତ୍ୟୋଦୟ ଗୃହ ଯୋଜନା କ’ଣ?

ଅନ୍ତ୍ୟୋଦୟ ଗୃହ ଯୋଜନା 
 - ଦୁର୍ବଳ ବର୍ଗର ଲୋକଙ୍କୁ ପକ୍କା ଘର ଯୋଗାଇ ଦେବା ଯୋଜନା ମୂଳ ଲକ୍ଷ୍ୟ  
- ପ୍ରାକୃତିକ ଅଥବା ମନୁଷ୍ୟକୃତ ବିପର୍ୟ୍ୟୟରେ କ୍ଷତିଗ୍ରସ୍ତ ପରିବାରଙ୍କୁ ମିଳିବ ପକ୍କା ଘର
- ସରକାରୀ ପ୍ରକଳ୍ପରେ ବିସ୍ଥାପିତ ପରିବାର ବି ହୋଇପାରିବେ ସାମିଲ
- ହିତାଧିକାରୀ ୨୫ ବର୍ଗ ପରିଧିରେ ପକ୍କା ଘର କରିପାରିବେ
- ହିତାଧିକାରୀଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ଆର୍ଥିକ ସହାୟତା ମିଳିବ
- ପ୍ରଥମ କିସ୍ତି ପାଇବାର ୪ ମାସ ଓ ୬ ମାସ ମଧ୍ୟରେ ଗୃହ ନିର୍ମାଣ ସାରିଲେ ପ୍ରୋତ୍ସାହନ ରାଶି ମିଳିବ 
- ଏହି ପ୍ରୋତ୍ସାହନ ରାଶି ୨୦ ହଜାର ଓ ୧୦ ହଜାର ଟଙ୍କା ରଖାଯାଇଛି

ବିଜୁ ପକ୍କାଘର ଯୋଜନାର ଅସଂପୂର୍ଣ୍ଣ କାମକୁ ଏହି ଯୋଜନାରେ ସମ୍ପୂର୍ଣ୍ଣ କରାଯିବ । ସେପଟେ ନୂଆ ଯୋଜନାକୁ ନେଇ ରାଜନୀତି ଆରମ୍ଭ ହୋଇଛି । 'ଅନ୍ତ୍ୟୋଦୟ ଗୃହ ଯୋଜନା' ପାଇଁ ମୋଟ ୨୫ଶହ କୋଟିର ବ୍ୟୟ ଅଟକଳ ହୋଇଥିବାବେଳେ ୨୦୨୪-୨୦୨୫ରେ ୧୦୦ କୋଟି ଟଙ୍କାର ବଜେଟ୍ ମଞ୍ଜୁର ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ମୋହର ପରେ ଯୋଜନା କାର୍ଯ୍ୟକାରୀ ହେବ ବୋଲି ସୂଚନା ମିଳିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe