କନକ ବ୍ୟୁରୋ: ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାଲିଛି ଦମଦାର ମ୍ୟାଚ । ଏହି କ୍ରମରେ ଆଜି ଇଂଲଣ୍ଡ-ଅଷ୍ଟ୍ରେଲିଆ ମ୍ୟାଚ ବି ଜାରି ରହିଛି । ଲାହୋରର ଗଦ୍ଦାଫି ଷ୍ଟାଡିୟମରେ ଏହି ମ୍ୟାଚ ଚାଲିଛି । ମ୍ୟାଚରେ ଇଂଲଣ୍ଡ ଟିମ ଟସ ହାରି ପ୍ରଥମେ ବ୍ୟାଟିଂ ଜାରି ରଖିଛି । ତେବେ ଏହି ମ୍ୟାଚ ଆରମ୍ଭରୁ ଏମିତି କିଛି ଘଟିଲା ଯାହା ସମସ୍ତଙ୍କୁ ଆଶ୍ଚର୍ୟ୍ୟ କରି ଦେଇଛି ।
ଏହି ମ୍ୟାଚ ଆରମ୍ଭ ହେବା ପୂର୍ବରୁ ଇଂଲଣ୍ଡ-ଅଷ୍ଟ୍ରେଲିଆ ଦୁଇ ଟିମର ରାଷ୍ଟ୍ର ସଙ୍ଗୀତ ବାଜିବାର ଥିଲା । ହେଲେ ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବାଜିବା ବଦଳରେ ଭାରତର ଜାତୀୟ ସଙ୍ଗୀତ ବାଜିଥିଲା । ଅଧିକାରୀ ଭୁଲ ଜାଣିବା ପରେ ସଙ୍ଗେ ସଙ୍ଗେ ଗୀତକୁ ବଦଳାଇଦିଆଯାଇଥିଲା । ଆଉ ପୁଣି ଅଷ୍ଟ୍ରେଲିଆ ଜାତୀୟ ସଙ୍ଗୀତ ବାଜିଥିଲା । ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଆୟୋଜକ ପାକିସ୍ତାନର ଏହା ଏକ ବଡ ଭୁଲ ବୋଲି କୁହାଯାଉଛି ।
ଭାରତୀୟ ଟିମ ଚାମ୍ପିୟନ୍ସ ଟ୍ରଫିରେ ଗୋଟିଏ ବି ମ୍ୟାଚ ପାକିସ୍ତାନରେ ଖେଳୁନି । ପାକିସ୍ତାନ ଯିବାକୁ ମନା କରିବା ପରେ ହାଇବ୍ରିଡ ମଡେଲରେ ଦୁବାଇରେ ଭାରତ ତାର ସମସ୍ତ ମ୍ୟାଚ ଖେଳୁଛି । ଯଦି ଭାରତ ସେମିଫାଇନାଲ କି ଫାଇନାଲରେ ପ୍ରବେଶ କରେ ତେବେ ସେମି ଫାଇନାଲ ଆଉ ଫାଇନାଲ ବି ପାକିସ୍ତାନ ପରିବର୍ତ୍ତେ ଦୁବାଇରେ ଖେଳାଯିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)