କନକ ବ୍ୟୁରୋ : ଜମ୍ମୁ କାଶ୍ମୀରରେ ଭୟଙ୍କର ଦୁର୍ଘଟଣା । ପୁଞ୍ଚ ଅଞ୍ଚଳରେ ଯବାନଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଖାତକୁ ଖସିବା ପରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଏକାଧିକ ଯବାନ ଆହତ ହୋଇଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ସ୍ଥାନୀୟ ପୋଲିସ ଓ ଉଦ୍ଧାରକାରୀ ଟିମ୍ ପହଞ୍ଚି ଆହତ ଯବାନ ମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି । ସେନା ଗାଡ଼ିରେ ୧୮ ଜଣ ଯବାନ ଯିବା ସମୟରେ ଏହି ଦୁର୍ଘଟଣା ଘଟିଛି । ୩୫୦ ଫୁଟ ଖାତକୁ ଗାଡ଼ି ଖସିପଡ଼ିବାରୁ ୫ ଜଣଙ୍କ ଜୀବନ ଚାଲିଯାଇଛି । ତେବେ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ତାହା ଜଣାପଡ଼ି ନାହିଁ । ଦୁର୍ଘଟଣା ନେଇ ହ୍ବାଇଟ୍ ନାିଟ୍ କ୍ରପ୍ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ଦିଆଯାଇଛି । ସହିଦ ମାନଙ୍କୁ ଶ୍ରଦ୍ଧାଞ୍ଜଳି ମଧ୍ୟ ଜଣାଇଛନ୍ତି ସାଥୀ ଯବାନ ।