ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ଉଡ଼ିଲା ବିମାନ ; ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଭୁବନେଶ୍ବରରୁ ଆବୁଧାବିକୁ ସିଧାସଳଖ ଉଡ଼ିଲା ବିମାନ । ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ପ୍ରଥମ ପ୍ରବାସୀ ଭାରତୀୟ ଭାବେ ଯାତ୍ରାରେ ସାମିଲ ହେଲେ ପ୍ରିୟଦର୍ଶୀ ପାଣିଗ୍ରାହୀ

Air Visit

Air Visit Photograph: (KanakNews)

କନକ ବ୍ୟୁରୋ: ଭୁବନେଶ୍ବରରୁ ସିଧା ଆବୁଧାବିକୁ ଉଡ଼ିବ ବିମାନ । ଓଡ଼ିଶାରୁ ୟୁଏଇ ଯାଉଥିବା ଯାତ୍ରୀଙ୍କ ପାଇଁ ଆରମ୍ଭ ହେଲା ସ୍ୱତନ୍ତ୍ର ବିମାନ ସେବା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ବିମାନସେବାର ଶୁଭାରମ୍ଭ କରିଛନ୍ତି । 

ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ସକାଳ ୯ଟା ୩୫ ସମୟରେ ବିମାନ ଉଡ଼ାଣ ଆରମ୍ଭ କରିଥିଲା । ଗତ ୧୩ ବର୍ଷ ଧରି ସଂଯୁକ୍ତ ଆରବ ଏମିରେଟ୍ସରେ ବସବାସ କରୁଥିବା ପ୍ରବାସୀ ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ ଅବୁଧାବି ଓ ଭୁବନେଶ୍ୱର ମଧ୍ୟରେ ପ୍ରଥମ ସିଧା ଉଡ଼ାଣରେ ଯାତ୍ରା କରିଛନ୍ତି । ନୂଆ ବିମାନ ଉଡ଼ିବା ଦ୍ବାରା ଯୋଗାଯୋଗ ସ୍ଥାପନ ସହ  ବ୍ୟବସାୟିକ ସମ୍ପର୍କ ଆଶା ବଢ଼ିଛି । ସଂଯୁକ୍ତ ଆରବ ଏମିରେଟ୍ସରେ ସହ ସିଧାସଳଖ ବିମାନ ସେବା ଯୋଡ଼ି ହେବା ପରେ ଏବେ ନୂଆ ସମ୍ଭାବନା ଯୋଡ଼ି ହୋଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe