ଭାରତରେ ତିଆରି ହେବ ରାଫେଲ୍ ; ଫ୍ରାନ୍ସ ଡାସଲ୍ଟ ଏଭିଏସନ୍ ସହ ଚୁକ୍ତି ସ୍ବାକ୍ଷରିତ

ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ପ୍ରକଳ୍ପକୁ ବଡ଼ ସଫଳତା । ଭାରତରେ ତିଆରି ହେବ ରାଫେଲ୍‌ ଯୁଦ୍ଧ ବିମାନର ମୁଖ୍ୟ ଅଂଶ ।  ଟାଟା ଆଡଭାନ୍ସଡ୍‌ ସିଷ୍ଟମ୍ସ ଓ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।

rafale ))

rafale )) Photograph: (KanakNews)

କନକ ବ୍ୟୁରୋ: ମେକ୍ ଇନ୍ ଇଣ୍ଡିଆ ପ୍ରତିରକ୍ଷା ପ୍ରକଳ୍ପକୁ ମିଳିଲା ବଡ଼ ସଫଳତା । ଭାରତରେ ଏବେ ରାଫେଲ୍‌ ଯୁଦ୍ଧ ବିମାନର ଫ୍ୟୁଜେଲେଜ୍ ବା ବିମାନର ମୁଖ୍ୟ ଅଂଶ ନିର୍ମାଣ ହେବ । ଟାଟା ଆଡଭାନ୍ସଡ୍‌ ସିଷ୍ଟମ୍ସ ଏବଂ ଫ୍ରାନ୍ସର ଡାସଲ୍ଟ ଏଭିଏସନ୍ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହୋଇଛି ।  ପ୍ରଥମ ଥର ପାଇଁ ରାଫେଲର ଏହି ଗୁରୁତ୍ୱପୂର୍ଣ୍ଣ ଅଂଶ ଫ୍ରାନ୍ସ ବାହାରେ ନିର୍ମାଣ ହେବ । 

ଚୁକ୍ତି ଅନୁଯାୟୀ, କେବଳ ଭାରତ ପାଇଁ ନୁହେଁ, ବିଶ୍ୱ ବଜାର ପାଇଁ ମଧ୍ୟ ରାଫେଲର ଫ୍ୟୁଜେଲେଜ୍ ଭାରତରୁ ଯୋଗାଣ ହେବ । ଏହି ପଦକ୍ଷେପ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ବଡ ଅଗ୍ରଗତି ବୋଲି ବିବେଚନା କରାଯାଉଛି । ‘ଅପରେସନ୍ ସିନ୍ଦୂର’ ପରେ ଭାରତର ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଏହା ଏକ ବଡ଼ ମାଇଲଖୁଣ୍ଟ । ଏହି ଚୁକ୍ତି ଦେଶରେ ଉଚ୍ଚ ପ୍ରଯୁକ୍ତିବିଦ୍ୟା ଓ ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବ ଏବଂ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଟାଟା ଓ ଡାସଲ୍ଟ ମଧ୍ୟରେ ଏହି ସହଭାଗିତା ଭାରତୀୟ ବାୟୁସେନାର ଶକ୍ତି ବୃଦ୍ଧି କରିବା ସହ ଦେଶରେ ଅତ୍ୟାଧୁନିକ ପ୍ରତିରକ୍ଷା ଉପକରଣ ଉତ୍ପାଦନରେ ଆତ୍ମନିର୍ଭରତା ଆଣିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe