ଶାହାଜାହାନଠୁ କମ୍ ନୁହଁନ୍ତି ଏହି ବ୍ୟକ୍ତି । ସ୍ତ୍ରୀଙ୍କ ସ୍ମୃତିରେ ତିଆରି କଲେ ୨.୫ କୋଟି ଟଙ୍କାର ଶିବ ମନ୍ଦିର ..

Advertisment

ପତ୍ନିଙ୍କ ସ୍ମୃତିରେ ଭବ୍ୟ ଶିବ ମନ୍ଦିର । ଅଢେଇ କୋଟି ଟଙ୍କାର ନିର୍ମାଣ କଲେ ମନ୍ଦିର ।

ପତ୍ନିଙ୍କ ସ୍ମୃତିରେ ଭବ୍ୟ ଶିବ ମନ୍ଦିର । ଅଢେଇ କୋଟି ଟଙ୍କାର ନିର୍ମାଣ କଲେ ମନ୍ଦିର ।

temple tt

Photograph: (google)

କନକ ବ୍ୟୁରୋ : ସମସ୍ତେ ଜାଣନ୍ତି ସାହାଜାହାଁ ତାଙ୍କ ପତ୍ନିଙ୍କ ସ୍ମୃତିରେ ତାଜମହଲ ତିଆରି କରିଥିଲେ । ଆଜିବି ତାଜମହଲ ଦେଖିଲେ ତାଙ୍କ ଭଲପାଇବାର ପ୍ରତିକ ଭାବେ ସମସ୍ତେ ତାଙ୍କୁ ମନେ ପକାନ୍ତି । ସାରା ବିଶ୍ବରେ ଶାହାଜାହାନ ମମତାଜଙ୍କ କାହାଣୀ ଅମର ହୋଇ ରହିଛି । ସେହିପରି ବିହାର ଛପରାରେ ଦେଖିବାକୁ ମିଳିଛି ଜଣେ ବ୍ୟକ୍ତିତ୍ବଙ୍କୁ ଯିଏକି ଏପରି ତାଙ୍କ ପତ୍ନିଙ୍କ ସ୍ମୃତିରେ ଅଢେଇ କୋଟି ଟଙ୍କାର ଭବ୍ୟ ଶିବ ମନ୍ଦିର ନିର୍ମାଣ କରୁଛନ୍ତି । ଏଥିରେ ତାଙ୍କୁ ପୁରା ଜିଲ୍ଲାର ଲୋକମାନେ ମଧ୍ୟ ସହଯୋଗ କରୁଛନ୍ତି । ଏହି ମନ୍ଦିରର ନିର୍ମାଣ ବିହାରର ମାଞ୍ଜି ପ୍ରଖଣ୍ଡ ଅନ୍ତର୍ଗତ ଗୋବରାହି ଗାଁରେ କରାଯାଉଛି । 

କୁହାଯାଉଛି ଯେ, ବିହାରର ବିଜୟ ସିଂ ତାଙ୍କ ସ୍ବର୍ଗୀୟ ପତ୍ନି ରେଣୁ ଦେବୀଙ୍କ ସ୍ମୃତିରେ ଏହି ମନ୍ଦିର ନିର୍ମାଣ କରୁଛନ୍ତି । ବାବା ଭୋଲେନାଥଙ୍କ ଭକ୍ତ ଥିଲେ  ତାଙ୍କ ପତ୍ନି । ତାଙ୍କ ଦେହାନ୍ତ ପରେ ବିଜୟ ସିଂ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ତାଙ୍କର ଏହି ମହତ୍ କାର୍ଯ୍ୟରେ ସ୍ଥାନୀୟ ଲୋକଙ୍କ ସାହାର୍ଯ୍ୟ ମଧ୍ୟ ମିଳିବାକୁ ଲାଗିଲା । ଏହି ମନ୍ଦିରର ନିର୍ମାଣ ଶିବ ଶକ୍ତି ଧାମ ନାମରେ ସ୍ଥାପିତ କରାଯାଉଛି । ବିହାର ଏବେ ଏହା ଚର୍ଚ୍ଚାର ବିଷୟ ପାଲଟିଛି । ସ୍ଥାନୀୟ ଲୋକେ ବିଜୟଙ୍କୁ ବାଃ ବାଃ ଦେବା ସହ ଆଗାମି ଦିନରେ ଦ୍ବାରିକାଧିଶ ମନ୍ଦିର ପରି ଏହି ସ୍ଥାନ ମଧ୍ୟ ପର୍ଯ୍ୟଟନୀ ସ୍ଥଳ ଭାବରେ ଭାବରେ ଜଣାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe