ନାଗପୁର ଦିନିକିଆରେ ଟିମ ଇଣ୍ଡିଆ ବିଜୟୀ ; ୪ ୱିକେଟରେ ଜିତିଲା ରୋହିତ ବାହିନୀ

ନାଗପୁର ଦିନିକିଆରେ ଟିମ ଇଣ୍ଡିଆ ବିଜୟୀ । ଇଂଲଣ୍ଡ ବିପକ୍ଷ ପ୍ରଥମ ଦିନିକିଆକୁ ୪ ୱିକେଟରେ ଜିତିଲା ରୋହିତ ବାହିନୀ । ଗିଲ, ଆୟର ଓ ଅକ୍ଷର ପଟେଲଙ୍କ ଦମଦାର ଅର୍ଧ ଶତକ ।

Nagpur ODI

Nagpur ODI Photograph: (kanakNews)

କନକ ବ୍ୟୁରୋ: ନାଗପୁରର ବିଦର୍ଭ କ୍ରିକେଟ ଆସୋସିଏସନ ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଦିନିକିଆରେ ୪ଓ୍ବିକେଟରେ ବିଜୟୀ ହୋଇଛି ଭାରତ । ଇଂଲଣ୍ଡ ଦ୍ବାରା ରଖାଯାଇଥିବା ୨୪୯ ରନର ଲକ୍ଷ୍ୟକୁ ୩୮.୪ ଓଭରରେ ୬ ଓ୍ବିକେଟ ହରାଇ ୨୫୧ ରନ କରି ହାସଲ କରିନେଇଥିଲା । ଭାରତ ପକ୍ଷରୁ ଶୁଭମନ ଗିଲ ୮୭ ରନ, ଶ୍ରେୟସ ଆୟର ୫୯ ରନ ଓ ଅକ୍ଷର ପଟେଲ ୫୨ ରନ କରିଥିଲେ । ଇଂଲଣ୍ଡ ପକ୍ଷରୁ ଆଦିଲ ରସିଦ ଓ ସାକିବ ମେହମୁଦ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳକୁ ଉଭୟ ଓପନର ଫିଲିପ ସଲ୍ଟ ଓ ବେନ ଡକେଟ ଭଲ ଆରମ୍ଭ ଦେଇଥିଲେ । ଏହା ସତ୍ତ୍ବେ ଦଳ ଏକ ବଡ଼ ସ୍କୋର କରିପାରିନଥିଲା । ଦଳ ୭୫ ଓ୍ବିକେଟରେ ପ୍ରଥମ ଓ୍ବିକେଟ ହରାଇଥିଲା ।  ସଲ୍ଟ ୪୩ ଓ ଡକେଟ ୩୨ ରନ କରି ଆଉଟ ହୋଇଥିଲେ । 

ମଧ୍ୟକ୍ରମରେ ଜସ ବଟଲର ଓ ଜ୍ୟାକବ ବେଥେଲଙ୍କ ଠାରୁ ଭଲ ଇଂନିଂସ ଦେଖିବାକୁ ମିଳିଥିଲା । ଉଭୟ ଅର୍ଦ୍ଧଶତକ ଲଗାଇଥିଲେ ।ମାତ୍ର ଦଳର ନିମ୍ନକ୍ରମ ଭୁଶୁଡ଼ି ପଡ଼ିବାରୁ ଦଳ ୨୪୮ ରନରେ ଅଲଆଉଟ ହୋଇଯାଇଥିଲା । ଭାରତ ପକ୍ଷରୁ ହର୍ଷିତ ରାଣା ଓ ରବୀନ୍ଦ୍ର ଜେଦେଜା ୩ଟି ଲେଖାଏଁ ଓ ମହମ୍ମଦ ସମ୍ମି, କୁଳଦୀପ ଯାଦବ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe