କନକ ବ୍ୟୁରୋ: ଅଲଆଉଟ୍ ହେଲା ପାକିସ୍ତାନ, ଭାରତ ପାଇ ବିଜୟ ଲକ୍ଷ୍ୟ ୨୪୨ ରନ୍ । ଆଜି ଚାମ୍ପିୟନ୍ସ ଟ୍ରଫିରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଆଉ ପାକିସ୍ତାନ ବିପକ୍ଷ ମ୍ୟାଚରେ ଦଳ ପାକିସ୍ତାନ ଟିମକୁ ୨୪୧ ରନରେ ଅଲଆଉଟ୍ କରିଦେଇଛି । ସ୍ପିନ ବୋଲର କୁଲଦୀପ ଯାଦବ ୩ଟି ଓ୍ୱିକେଟ୍ ନେଇଥିବାବେଳେ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି, ହର୍ଷିତ ରାଣା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
ଆଜି ଆରମ୍ଭରୁ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ପାକିସ୍ତାନ । ଏହାପରେ ବୋଲିଂ କରିବାକୁ ଫିଲ୍ଡକୁ ଓହ୍ଲାଇଥିଲା ଭାରତୀୟ ଦଳ । ତେବେ ଆରମ୍ଭରୁ ପାକିସ୍ତାନୀ ବ୍ୟାଟର କିଛି ଭଲ ସଟ୍ ଖେଳିଥିଲେ ବି, ୪୭ ରନରେ ଦୁଇ ଓପନରଙ୍କୁ ହରାଇଥିଲା ପାକିସ୍ତାନ । ହେଲେ ଏହାପରେ ଦଳ ଭଲ ପାର୍ଟନରସିପ୍ କରିପାରିଥିଲା । ତେବେ ଏହାପରେ କିନ୍ତୁ ୧୫୧ ରନରେ ପଡିଥିଲା ତୃତୀୟ ଓ୍ୱିକେଟ୍ । ଏହାପରେ ଲଗାତାର ଦଳ ନିଜର ବ୍ୟାଟ୍ସମାନଙ୍କୁ ହରାଇ ଚାଲିଥିଲା । ଆଉ ଶେଷରେ ଦଳ ୨୪୧ ରନରେ ଅଲଆଉଟ୍ ହୋଇଯାଇଛି ।
ଭାରତ ପକ୍ଷରୁ ସ୍ପିନ ବୋଲର କୁଲଦୀପ ଯାଦବ ୩ଟି ଓ୍ୱିକେଟ୍ ନେଇଥିବାବେଳେ, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି, ହର୍ଷିତ ରାଣା, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା ପ୍ରତ୍ୟେକ ଗୋଟିଏ ଲେଖାଏଁ ସଫଳତା ପାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/02/23/kByUhhmbA0WgsK1rouaz.jpg)