ଲଢ଼ିଲେ, ହେଲେ ବିଜୟ ଠାରୁ ୯ ରନ୍ ପଛେଇ ଗଲେ: ମହିଳା ଟି-୨୦ ବିଶ୍ୱକପରେ ଅଷ୍ଟ୍ରେଲିଆଠାରୁ ହାରିଲା ଟିମ୍ ଇଣ୍ଡିଆ

Advertisment

ଲଢ଼ିଲେ, ହେଲେ ବିଜୟଠାରୁ ୯ ରନ୍ ଦୂରରେ ରହିଗଲେ। ୟୁଏଇର ସାରଜାରେ ଖେଳାଯାଉଥିବା ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୮ ୱିକେଟ ହରାଇ ୧୫୧ ରନ୍ କରିଥିଲା।

ଲଢ଼ିଲେ, ହେଲେ ବିଜୟଠାରୁ ୯ ରନ୍ ଦୂରରେ ରହିଗଲେ। ୟୁଏଇର ସାରଜାରେ ଖେଳାଯାଉଥିବା ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଅଷ୍ଟ୍ରେଲିଆଠାରୁ ହାରିଯାଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୮ ୱିକେଟ ହରାଇ ୧୫୧ ରନ୍ କରିଥିଲା।

wedw

କନକ ବ୍ୟୁରୋ: ଲଢ଼ିଲେ, ହେଲେ ବିଜୟ ଠାରୁ ୯ ରନ୍ ଦୂରରେ ରହିଗଲେ। ୟୁଏଇର ସାରଜାରେ ଖେଳାଯାଉଥିବା ମହିଳା ଟି-୨୦ କ୍ରିକେଟ ବିଶ୍ୱକପରେ ଅଷ୍ଟ୍ରେଲିଆ ଠାରୁ ହାରିଯାଇଛି। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ଦଳ ୮ ୱିକେଟ ହରାଇ ୧୫୧ ରନ୍ କରିଥିଲା। ଏହାର ଜବାବରେ ଭାରତୀୟ ଦଳ ବିଜୟ ଠାରୁ ମାତ୍ର ୯ ରନ୍ ଦୂରରେ ରହିଯାଇଥିଲା। ଭାରତୀୟ ଦଳର ଅଧିନାୟକ ହରମନପ୍ରୀତ ସିଂ ଶେଷ ଯାଏଁ ଲଢ଼େଇ କରିଥିଲେ ବି ଦଳକୁ ଜିତାଇବାରେ ସଫଳ ହୋଇନଥିଲେ। ହରମନପ୍ରୀତ ୫୪ ରନ୍ କରି ଅପରାଜିତ ଥିଲେ। ଏହି ପରାଜୟ ସହ ସେମିଫାନଇନାଲରେ ପହଂଚିବା ଏବେ ଭାରତୀୟ ଦଳ ପାଇଁ କଷ୍ଟକର ହେବ। ଆଜି ନ୍ୟୁଜିଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ହେବ। ଆଉ ଯଦି ଏହି ମ୍ୟାଚ୍ ନ୍ୟୁଜିଲ୍ୟାଣ୍ଡ ହାରିଯାଏ, ତାହେଲେ ଭାରତ ସେମିଫାଇନାଲକୁ ଅଧିକ ରନ୍‌ ରେଟ୍ ଆଧାରରେ ଯାଇପାରିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe