ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ : ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତର ଦମଦାର ପ୍ରଦର୍ଶନ

ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ ।  ଇଂଲଣ୍ଡର ଲିଡ୍ସରେ ତେନ୍ଦୁଲକର-ଆଣ୍ଡରସନ୍ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିଛି ଭାରତ ।

JAYSWAR

Photograph: (KANAKNEWS)

କନକବ୍ୟୁରୋ : ଦୃଢ଼ ସ୍ଥିତିରେ ଟିମ୍ ଇଣ୍ଡିଆ ।  ଇଂଲଣ୍ଡର ଲିଡ୍ସରେ ତେନ୍ଦୁଲକର-ଆଣ୍ଡରସନ୍ ସିରିଜର ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଦମଦାର ପ୍ରଦର୍ଶନ କରିଛି ଭାରତ । ଭାରତୀୟ ବ୍ୟାଟରମାନେ ଖୁବ୍ ସୁନ୍ଦର ବ୍ୟାଟିଂର ନମୁନା ଦେଖାଇଛନ୍ତି ।  ଯୁବ ବ୍ୟାଟର  ଜୟୱାଲ ଓ ଅଧିନାୟକ ଶୁବମନ ଗିଲ୍ ଚମତ୍କାର ବ୍ୟାଟିଂ କରି ଶତକ ହାସଲ କରିଛନ୍ତି ।

ଓପନିଂ କରିବାକୁ ଆସି ଜୟୱାଲ ୧୫୯ଟି ବଲ୍ ଖେଳି ୧୦୧ ରନ୍ କରିଛନ୍ତି । ଅନ୍ୟପକ୍ଷରେ ଯୁବ ଅଧିନାୟକ ଶୁବମନ ଗିଲ୍ ଶତକ ହାସଲ କରି ଅପରାଜିତ ରହିଛନ୍ତି । କେଏଲ୍ ରାହୁଲ ୪୨ ରନ୍ କରିଥିବା ବେଳେ ୱିକେଟ କିପର ରିଷଭ ପନ୍ତ ଅର୍ଦ୍ଧଶତକ ହାସଲ କରି ଅପରାଜିତ ରହିଛନ୍ତି । କ୍ୟାରିୟରର ପ୍ରଥମ ଟେଷ୍ଟ ଖେଳୁଥିବା ସାଇ ସୁଦର୍ଶନ ମାତ୍ର ୪ଟି ବଲ୍ ଖେଳି କୌଣସି ରନ୍ କରିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ । ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩ ୱିକେଟ୍ ହରାଇ ୩୫୯ ରନ୍ କରିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe