ଭାଙ୍ଗିଯିବ କି ଗୋବିନ୍ଦା – ସୁନିତା ଯୋଡ଼ି ?
Photo Credit : Kanak News
୩୭ ବର୍ଷ ପରେ ଭାଙ୍ଗିଯିବ କି ଗୋବିନ୍ଦା – ସୁନିତା ଯୋଡ଼ି ? ଛାଡ଼ପତ୍ରକୁ ନେଇ ମୁହଁ ଖୋଲିଲେ ସୁନିତା
Photo Credit : google
ହିରୋ ନମ୍ବର ୧ ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ ଏବେ ଖୁବ୍ ଚର୍ଚ୍ଚାରେ । ପତ୍ନୀ ସୁନିତାଙ୍କ ସହ ତାଙ୍କର ଛାଡ଼ପତ୍ର ଖବରକୁ ନେଇ ଏବେ ଚିନ୍ତାରେ ଫ୍ୟାନ୍ସ ।
Photo Credit : google
ସୁନିତା ୬ ମାସ ପୂର୍ବରୁ ଗୋବିନ୍ଦାଙ୍କୁ ଛାଡ଼ପତ୍ର ଦେବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ବର୍ତ୍ତମାନ ଦମ୍ପତିଙ୍କ ମଧ୍ୟରେ ମତାନ୍ତର ଠିକ୍ ହୋଇଯାଇଛି ।
Photo Credit : google
ଗୋବିନ୍ଦାଙ୍କ ଓକିଲ ତଥା ସାଙ୍ଗ ଲଳିତ ବିଣ୍ଡଲ୍ ଦମ୍ପତିଙ୍କ ସଂପର୍କକୁ ନେଇ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଦମ୍ପତିଙ୍କ ମଧ୍ୟରେ ଛାଡ଼ପତ୍ର ହେବନାହିଁ । ଦୁହିଁଙ୍କ ଭିତରେ ଥିବା ମନାନ୍ତର , ମତାନ୍ତର ସବୁ ଠିକ୍ ହୋଇଯାଇଛି । ଛାଡ଼ପତ୍ର ହେବାର ପ୍ରଶ୍ନ ହିଁ ଉଠୁନି ।
Photo Credit : google
ଛାଡ଼ପତ୍ର ଖବର ଭିତରେ ସୁନିତାଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ତାଙ୍କ ମ୍ୟାନେଜର୍ ଖବର ଉପରେ ରିଆକ୍ଟ କରି କହିଛନ୍ତି ଯେ , ଏ କଥାର କୌଣସି ସତ୍ୟତା ନାହିଁ । ଦମ୍ପତି ନିଜ ବୈବାହିକ ଜୀବନରେ ଖୁସିରେ ଅଛନ୍ତି । ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଏମିତି ମନୋମାଳିନ୍ୟ ଲାଗି ରହେ ।
Photo Credit : google
ସୁନିତାଙ୍କ ମ୍ୟାନେଜର୍ ଦମ୍ପତି ଅଲଗା ରହିବା ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି , ଗୋବିନ୍ଦା ସାଂସଦ ହେବା ପରେ ଅଫିସିଆଲ୍ କାମ କରିବାକୁ ବଙ୍ଗଳା କିଣିଥିଲେ । ସେ ମିଟିଂ କରିବା ପାଇଁ ବଙ୍ଗଳାରେ ବେଳେବେଳେ ଶୋଇପଡନ୍ତି । ଏହାର ଅର୍ଥ ନୁହଁ ଘରଠାରୁ ସେ ଅଲଗା ରୁହନ୍ତି ।
Photo Credit : google
{{ primary_category.name }}
{{title}}
By {{ contributors.0.name }}
ଏବଂ {{ contributors.1.name }}
Read Next