ସରକାରୀ ସ୍କୁଲ ଛାଡି ଘରୋଇ ସ୍କୁଲ ପ୍ରତି ବଢୁଛି ଅଭିଭାବକଙ୍କ ଆଗ୍ରହ, ଚିନ୍ତା ପ୍ରକଟ କଲା ଶିକ୍ଷା ମନ୍ତ୍ରଣାଳୟ

ମନ୍ତ୍ରଣାଳୟର ଅଧିକାରୀ ସ୍ପଷ୍ଟ କରିଛନ୍ତି କି, ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଭଳି ରାଜ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି । ଉଦାହରଣ ଭାବେ ଆନ୍ଧ୍ରପ୍ରଦେଶ କଥା ନିଆଯାଇଛି । ଆନ୍ଧ୍ରପ୍ରଦେଶରେ ମୋଟ ସ୍କୁଲ ସଂଖ୍ୟ ୬୧,୩୭୩ । ଏହା ମଧ୍ୟରୁ ୭୩ ପ୍ରତିଶତ ସରକାରୀ ସ୍କୁଲ । ହେଲେ ଛାତ୍ରଙ୍କ ଆଡମିସନ ହାର  ୪୬ ପ୍ରତିଶତ ହୋଇଥିବା ବେଳେ ୨୭ ପ୍ରତିଶତ ଘରୋଇ ସ୍କୁଲରେ ଆଡମିସନ ହାର ୫୨ ପ୍ରତିଶତ ।

ଅଦ୍ୟତନ ହୋଇଛି
SDFDFDSFDFD

କନକ ବ୍ୟୁରୋ : ଦେଶର ଅନେକ ରାଜ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା ଆଶାତୀତ ଭାବେ କମିବାରେ ଲାଗିଛି । ସେହି ତୁଳନାରେ ଘରୋଇ ସ୍କୁଲରେ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ଶିକ୍ଷାମନ୍ତ୍ରଣାଳୟ ଏନେଇ ମାର୍ଚ୍ଚ ଓ ଏପ୍ରିଲ ମାସରେ ଅନେକ ରାଜ୍ୟ ସହ ବୈଠକ କରିଥିଲେ । ବୈଠକରେ ବିଶେଷ କରି ଏହି ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । 

ମନ୍ତ୍ରଣାଳୟର ଅଧିକାରୀ ସ୍ପଷ୍ଟ କରିଛନ୍ତି କି, ମହାରାଷ୍ଟ୍ର, କେରଳ, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ଉତ୍ତରାଖଣ୍ଡ ଭଳି ରାଜ୍ୟରେ ସରକାରୀ ସ୍କୁଲରେ ପିଲାଙ୍କ ସଂଖ୍ୟା କମିବାରେ ଲାଗିଛି । ଉଦାହରଣ ଭାବେ ଆନ୍ଧ୍ରପ୍ରଦେଶ କଥା ନିଆଯାଇଛି । ଆନ୍ଧ୍ରପ୍ରଦେଶରେ ମୋଟ ସ୍କୁଲ ସଂଖ୍ୟ ୬୧,୩୭୩ । ଏହା ମଧ୍ୟରୁ ୭୩ ପ୍ରତିଶତ ସରକାରୀ ସ୍କୁଲ । ହେଲେ ଛାତ୍ରଙ୍କ ଆଡମିସନ ହାର  ୪୬ ପ୍ରତିଶତ ହୋଇଥିବା ବେଳେ ୨୭ ପ୍ରତିଶତ ଘରୋଇ ସ୍କୁଲରେ ଆଡମିସନ ହାର ୫୨ ପ୍ରତିଶତ ।

ବୈଠକ ପରେ କେନ୍ଦ୍ର ଶିକ୍ଷାମନ୍ତ୍ରଣାଳୟ ଏସବୁ ରାଜ୍ୟକୁ ପରାମର୍ଶ ଦେଇ କହିଛନ୍ତି କି, ଏହି ସମସ୍ୟାର ମୂଳ ପର୍ଯ୍ୟନ୍ତ ଯାଇ ଏହାର ସମାଧାନ ପାଇଁ ଚେଷ୍ଟା କରନ୍ତୁ । କେନ୍ଦ୍ର ସରକାରଙ୍କ ତଥ୍ୟ ମୁ୍ତାବକ ଦେଶରେ ମୋଟ ୨୪.୮୦ କୋଟି ଛାତ୍ରଛାତ୍ରୀ ରହିଛନ୍ତି । ଯାହା ମଧ୍ୟରୁ ୩୬ ପ୍ରତିଶତ ଅର୍ଥାତ ପାଖାପାଖି ୯ କୋଟି ଛାତ୍ରଛାତ୍ରୀ ଘରୋଇ ସ୍କୁଲରେ ପାଠ ପଢୁଛନ୍ତି । ଏହି ହାର ୨୦୨୧-୨୨ ଓ ୨୦୨୨-୨୩ ରେ ୩୩ ପ୍ରତିଶତ ଥିଲା । କେନ୍ଦ୍ର ସରକାରଙ୍କ ଏଭଳି ଚେତାବନୀ ପରେ ରାଜ୍ୟ ସରକାରମାନେ ସରକାରୀ ସ୍କୁଲର ଆନୁସାଙ୍ଗିକ ସୁବିଧା ବୃଦ୍ଧି କରିବା ଓ ଅଭିଭାବକଙ୍କ ଭରସା ବୃଦ୍ଧି କରିବା ନେଇ ପଦକ୍ଷେପ ନେଇପାରନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe