ବନ୍ଧୁକ ବେପାରର ଗୁମର ଖୋଲିବ ଏସଟିଏଫ୍ ; ବିହାର , କୋଲକାତା ଯିବ ତଦନ୍ତକାରୀ ଟିମ୍

କଟକ ବୟାଳିଶ ମଉଜା ବନ୍ଧୁକ ବେପାରର ଗୁମର ଖୋଲିବ ଏସଟିଏଫ୍‌ । ଯାଞ୍ଚ ପାଇଁ ବିହାର ଓ କୋଲକାତା ଯିବ ତଦନ୍ତକାରୀ ଟିମ୍‌ । ଓଡ଼ିଶାରେ କେତେ ବନ୍ଧୁକ ବିକ୍ରି ହୋଇଛି ତାର ଚାଲିଛି ଖୋଳତାଡ଼ ।

STF

STF Photograph: (KanakNews)

କନକ ବ୍ୟୁରୋ: କଟକ ବୟାଳିଶ ମଉଜା ଅଞ୍ଚଳରେ ବେଆଇନ ବନ୍ଧୁକ କାରଖାନା ଠାବ ପରେ ଏହାର ଖିଅ ଖୋଜୁଛି ପୋଲିସ । ୩ ଦିନିଆ ରିମାଣ୍ଡରେ ଆସି ସତ ଓଗାଳୁଛନ୍ତି ଅଭିଯୁକ୍ତ । ଗୁହାଳ ନାଁରେ ଚାଲିଥିବା ବନ୍ଧୁକ କାରଖାନାରେ ଚଢ଼ାଉ କରି ପୁଳାପୁଳା ବନ୍ଧୁକ ଓ କଞ୍ଚାମାଲ ଜବତ ପରେ ଏବେ ଅନେକ ରୋଚକ ତଥ୍ୟ ଏସଟିଏଫ ହାତରେ ଲାଗିଛି । 

ଜଙ୍ଗଲ ଭିତରେ କେବଳ ବ୍ୟାରେଲ, ସ୍ଲାଇଡ଼, ହ୍ୟାଣ୍ଡଗ୍ରିପ ତିଆରି ହୋଇ ସେସବୁକୁ ମୁଙ୍ଗେର ପଠାଯାଉଥିଲା । ମାତ୍ର ୫ ହଜାର ଟଙ୍କାରେ ଏଠାରୁ ଅର୍ଦ୍ଧନିର୍ମିତ ପିସ୍ତଲ ମୁଙ୍ଗେର ଯାଉଥିଲା । ସେଠାରେ ଫିନିସିଂ ପରେ ଏହାକୁ ୫୦ ହଜାର ଟଙ୍କାରେ ବିକ୍ରି କରାଯାଉଥିଲା । ତେବେ ବିହାରର ଗ୍ୟାଙ୍ଗଷ୍ଟର ଗ୍ରୁପ ଶତାଧିକ ପିସ୍ତଲର ଅର୍ଡର ଦେଇଥିବା ଜଣାପଡ଼ିଛି । ଏଥିପାଇଁ କୋଲକାତାରୁ ଆସୁଥିଲା କଞ୍ଚାମାଲ । 

ତଦନ୍ତ ପାଇଁ ଖୁବଶୀଘ୍ର ଏସଟିଏଫର ଏକ ଟିମ୍‌ ବିହାର ଓ କୋଲକାତା ଗସ୍ତ କରିବ । ତେବେ ଓଡ଼ିଶାରେ କେତେ ବନ୍ଧୁକ ବିକ୍ରି ହୋଇଛି ସେନେଇ ତନାଘନା ଆରମ୍ଭ ହୋଇଛି ।  କିଏ କେତେ ଟଙ୍କାରେ ଏହି ବନ୍ଧୁକ କିଣିଛନ୍ତି, ସେ ନେଇ ସମ୍ପୂର୍ଣ୍ଣ ସୂଚନା ୩ ଦିନରେ ମିଳିପାରେ ବୋଲି ଏସଟିଏଫ ପକ୍ଷରୁ ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe