କନକ ବ୍ୟୁରୋ: ଯାଜପୁର ଗୁଳିମାଡ ଘଟଣାରେ ଆରମ୍ଭ ହେଲା ଏସଟିଏଫ୍ ତଦନ୍ତ। ପାଣିକୋଇଲିର ପଣ୍ଡା ଅଳଙ୍କାର ସୋ’ ରୁମରେ ଲୁଟ୍ ହୋଇଥିବା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ଏସଟିଏଫ୍‌ର ତିନି ଜଣିଆ ଟିମ୍ । ଗତକାଲି ଲୁଟ ପାଇଁ ପିଛା କରି ବିଚ ରାସ୍ତାରେ ଗୁଳି ଚଳାଇଥିଲେ ଲୁଟେରା । ଲୋକେ କାବୁ କରିବାକୁ ଉଦ୍ୟମ କରିବାରୁ ଲୋକଙ୍କ ଉପରେ ବି ଗୁଳି କରିଥିଲେ । ଯାଜପୁର ପାଣିକୋଇଲିରେ ଏହାକୁ ନେଇ ହୋଇଥିଲା ମହାଭାରତ । ଲୁଟେରାଙ୍କ ଗୁଳିରେ ଦୁଇଜଣଙ୍କ ଜୀବନ ବି ଯାଇଥିଲା। ପରେ ଉତ୍ୟକ୍ତ ଲୋକଙ୍କ ମାଡ ମାରି ଜଣେ ଲୁଟେରା ଗୁରୁତର ହୋଇଥିଲେ। ଏବେ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇଥିବା ବେଳେ ପାଣିକୋଇଲିରେ ଭୟଭୀତ ହୋପଡିଛନ୍ତି ଲୋକେ। ମାମଲର ତଦନ୍ତ ଏବେ ଏସ୍‌ଟିଏଫ୍ ଟିମ୍ କରୁଛି।