ଆକ୍ସନ ମୋଡ଼ରେ ଏସଟିଏଫ ଏବଂ ଡ୍ରଗ କଣ୍ଟ୍ରୋଲର, ଟ୍ବିନ୍‌ସିଟିରେ ବଡ଼ ଧରଣର ଚଢାଉ

କଟକ, ଭୁବନେଶ୍ବରରୁ ବିପୁଳ ପରିମାଣରେ କଫ ସିରଫ ଜବତ । ଟାଙ୍ଗୀରୁ ମାଷ୍ଟରମାଇଣ୍ଡକୁ ଉଠାଇଆଣି ପଚରାଉଚରା

କୋଟିଏ ଟଙ୍କାର କଫ୍ ସିରପ୍ ଜବତ!

କୋଟିଏ ଟଙ୍କାର କଫ୍ ସିରପ୍ ଜବତ! Photograph: (KanakNews)

କନକ ବ୍ୟୁରୋ:  ବେଆଇନ କଫ୍‌ ସିରଫକୁ ନେଇ ଆକ୍ସନ ମୋଡ଼ରେ ଏସଟିଏଫ ଏବଂ ଡ୍ରଗ କଣ୍ଟ୍ରୋଲର I କଟକରେ ରେଡ କରିବା ପରେ ଭୁବନେଶ୍ବରରେ ବିଳମ୍ବିତ ରାତିରେ ରେଡ କରି ବିପୁଳ ପରିମାଣର କପ୍ ସୀରଫ ଜବତ ହୋଇଛି । ଶୁକ୍ରବାର ବିଳମ୍ୱିତ ରାତିରେ ଭୁବନେଶ୍ୱରର ମଞ୍ଚେଶ୍ୱର୍ ଅଞ୍ଚଳର ଏକ କୋରିଅର କମ୍ପାନୀର ଗୋଦାମରୁ ବେଆଇନ କଫ ସିରଫ ଜବତ  କରିଛି ଏଷ୍ଟିଏଫ୍ ଏବଂ ଡ୍ରଗ କଣ୍ଟ୍ରୋଲର ।  ଏହି ବେଆଇନ କଫ ସିରଫ ଗୁଡିକ ବିହାରର ପାଟନା ଓ ଝାଡ଼ଖଣ୍ଡ ରୁ ଆସୁଥିବାର ସୂଚନା ମିଳିଛି। କୋଟିଏ ଟଙ୍କାରୁ ଉର୍ଦ୍ଧ ଟଙ୍କାର କଫ ସିରଫ ଜବତ ସହ ଜଣଙ୍କୁ ଗିରଫ କରାଯାଇଛି I

କଟକ ଓ ଭୁବନେଶ୍ବରରୁ ଏହା ରାଜ୍ୟର ବିଭିନ୍ନ ସ୍ଥାନକୁ ବିକ୍ରି କରିବାକୁ ପଠା ଯାଏ ।  କୋରିୟର ସାହାଯ୍ୟରେ କଟକ ଓ ଭୁବନେଶ୍ୱର ପାଇଁ ଆସୁଥିଲା  କୋଟି କୋଟି ଟଙ୍କାର କଫ ସିରଫ। ଏହି ଘଟଣାରେ କଫ ସିରଫ ମାଫିଆ କୁହାଯାଉଥିବା ଅଂଶୁମାନ ଅଭିଜିତ ସାହୁକୁ ଗିରଫ କରିଛି ସ୍ୱତନ୍ତ୍ର ଟିମ I ଟାଙ୍ଗୀର ଏକ ଗାଁ ଭିତରୁ ଉଠାଇ ଆଣି ପଚରା ଉଚରା କରୁଛି ତଦନ୍ତକାରୀ ଟିମ I ଦୀର୍ଘଦିନ ଧରି କୋରିଅର ସଂସ୍ଥାରେ ଏଭଳି ବେଆଇନ କାରବାର ଚାଲିଥିଲା । ଏସଟିଏଫ୍, ଜିଲ୍ଲା ପ୍ରଶାସନ ଓ ଡ୍ରଗ୍ସ କଣ୍ଟ୍ରୋଲରଙ୍କ ମିଳିତ ଉଦ୍ୟମରେ ଚଢାଉ ବେଳେ ଧରାପଡିଛି । ପୂର୍ବରୁ ବିଭିନ୍ନ ସମୟରେ ବଲାଙ୍ଗୀର ଜିଲ୍ଲାରେ ବେଆଇନ୍ କଫ୍ ସିରଫ୍ କାରବାର ଚାଲୁଥିବାର ନଜରକୁ ଆସିଛି। ଏବେ ଏହା ଉପକୂଳ ଓଡ଼ିଶାକୁ ମାଡ଼ିଛି ।
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe