ପୁଣି ଇଭିଏମକୁ ନେଇ ବିବାଦ । ଏଲନ ମସ୍କଙ୍କ ଟିପ୍ପଣୀକୁ କଂଗ୍ରେସ କଲା ଅସ୍ତ୍ର

Advertisment

ମସ୍କଙ୍କ ଏହି ବୟାନକୁ ନେଇ କଂଗ୍ରେସ ସୋସିଆଲ ମିଡିଆରେ ଇଭିଏମ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛି । କିଛି କଂଗ୍ରେସ ନେତା ସୋସିଆଲ ମିଡିଆରେ ଲେଖିଛନ୍ତି କି, ସରକାର ଏବେ ଏଲନ ମସ୍କଙ୍କ ବୟାନକୁ ଖଣ୍ଡନ କରନ୍ତୁୁ । 

ମସ୍କଙ୍କ ଏହି ବୟାନକୁ ନେଇ କଂଗ୍ରେସ ସୋସିଆଲ ମିଡିଆରେ ଇଭିଏମ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛି । କିଛି କଂଗ୍ରେସ ନେତା ସୋସିଆଲ ମିଡିଆରେ ଲେଖିଛନ୍ତି କି, ସରକାର ଏବେ ଏଲନ ମସ୍କଙ୍କ ବୟାନକୁ ଖଣ୍ଡନ କରନ୍ତୁୁ । 

rrgtrddf

କନକ ବ୍ୟୁରୋ : ଏବେ ଏବେ ହରିଆଣା ଓ ଜାମ୍ମୁକାଶ୍ମୀରର ବିଧାନସଭା ନିର୍ବାଚନ ସମ୍ପର୍ଣ୍ଣ ହୋଇଛି । ଆସନ୍ତା ମାସ ମହାରଷ୍ଟ୍ର ଓ ଝାଡଖଣ୍ଡରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ହରିଆଣା ନିର୍ବାଚନ ଫଳାଫଳକୁ ନେଇ ବିରୋଧୀ ଇଭିଏମ ଉପରେ ପ୍ରଶ୍ନ ଉଠାଇଛନ୍ତି । ଏହାସହ ନିର୍ବାଚନ କମିଶନଙ୍କ ଉପରେ କଂଗ୍ରେସ ବାରମ୍ବାର ଅଭିଯୋଗ ଆଣୁଛି । ହେଲେ ନିର୍ବାଚନ ଆୟୋଗ କଂଗ୍ରେସର ଏଭଳି ଅଭିଯୋଗକୁ ଖାରଜ କରିଛି । ହେଲେ ଏସବୁ ଭିତରେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ତଥା ସ୍ପେଶ ଏକ୍ସର ମାଲିକ ଏଲନ ମସ୍କଙ୍କ ବୟାନ ଇଭିଏମ୍ ପ୍ରସଙ୍ଗକୁ ପୁଣି ଉଜାଗର କରିଛି । 

ଏଲନ ମସ୍କ କହିଛନ୍ତି କି, ମୁଁ ଜଣେ ଟେକ୍ନିସିଆନ ଭାବେ ଏତିକି କହିବାକୁ ଚାହେଁ କି ଇଭିଏମରେ ମତଦାନ ହେବା ସୁରକ୍ଷିତ ନୁହେଁ । କାରଣ ଇଭିଏମକୁ ହ୍ୟାକ୍ କରାଯାଇପାରିବ । ଇଭିଏମ୍ ଏକ କମ୍ପ୍ୟୁଟର ପ୍ରୋଗ୍ରାମିଂ ସହିତ ଜଡିତ, ତେଣୁ ତାକୁ ହ୍ୟାକ କରିବା କିଛି ବଡକାମ ନୁହେଁ । 

ମସ୍କଙ୍କ ଏହି ବୟାନକୁ ନେଇ କଂଗ୍ରେସ ସୋସିଆଲ ମିଡିଆରେ ଇଭିଏମ ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କରିଛି । କିଛି କଂଗ୍ରେସ ନେତା ସୋସିଆଲ ମିଡିଆରେ ଲେଖିଛନ୍ତି କି, ସରକାର ଏବେ ଏଲନ ମସ୍କଙ୍କ ବୟାନକୁ ଖଣ୍ଡନ କରନ୍ତୁୁ । 

ସୂଚନା ଥାଉକି ଚଳିତବର୍ଷ ଜୁନ ମାସରେ ମଧ୍ୟ ଏଲନ୍ ମସ୍କ ଇଭିଏମ୍ ହ୍ୟାକ୍ ସମ୍ଭବ ବୋଲି ବୟାନ ଦେଇଥିଲେ । ସେତେବେଳେ ବି କଂଗ୍ରେସ ଏହାକୁ ପ୍ରସଙ୍ଗ କରିଥିଲା । କିନ୍ତୁ ବିଜେପି ନେତା ଚନ୍ଦ୍ରଶେଖର ନନେ କହିଥିଲେ ଯେ, ଆମ ଦେଶରେ ବ୍ୟବହାର ହେଉଥିବା ଇଭିଏମରେ ଇଣ୍ଟରନେଟ୍ କନେକସନ୍ ନଥିବାରୁ ଏହାକୁ ହ୍ୟାକ୍ କରିବା ସମ୍ଭବ ନୁହେଁ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe