କି ସୁନ୍ଦର ଝୁଲି ଝୁଲି ଆସୁଛନ୍ତି ଚିକ୍କଣ କଳା ଶ୍ରୀମୁଖ ଗୋ…ସଖୀ ! ସ୍ନାନବେଦିକୁ ଆରୋହଣ କରୁଛନ୍ତି ମହାନାୟକ ଶ୍ରୀଜଗନ୍ନାଥ

ଆଜି ମାନବୀୟ ଲୀଳାର ଆଉ ଏକ ନିଦର୍ଶନ ଦେଉଛନ୍ତି ବଡ଼ଠାକୁର । ଅତି ଗରମରେ ଯେପରି ମଣିଷ ଶୀତଳ ଜଳରେ ସ୍ନାନ କରନ୍ତି ଠିକ୍ ସେମିତି ଜ୍ୟେଷ୍ଠ ମାସର ଗରମ ଗୁଳୁଗୁଳିରୁ ଆଶ୍ବସ୍ତ ହେବାକୁ ସୁବାସିତ ଜଳରେ ସ୍ନାନ କରିବେ ଚାରି ଦିଅଁ ।

Jay Jagannath -1

Jay Jagannath -1 Photograph: (KanakNews)

କନକ ବ୍ୟୁରୋ: ଆଉ ଡେରି କାହିଁକି ? ପ୍ରଣାମ ନିବେଦନ କରୁଛନ୍ତି ସେବକ, ଭକ୍ତ । ଆଜି ମାନବୀୟ ଲୀଳାର ଆଉ ଏକ ନିଦର୍ଶନ ଦେଉଛନ୍ତି ବଡ଼ଠାକୁର । ଅତି ଗରମରେ ଯେପରି ମଣିଷ ଶୀତଳ ଜଳରେ ସ୍ନାନ କରନ୍ତି ଠିକ୍ ସେମିତି ଜ୍ୟେଷ୍ଠ ମାସର ଗରମ ଗୁଳୁଗୁଳିରୁ ଆଶ୍ବସ୍ତ ହେବାକୁ ସୁବାସିତ ଜଳରେ ସ୍ନାନ କରିବେ ଚାରି ଦିଅଁ । ଠାକୁରଙ୍କ ଏହି ଗାଧୁଆ ଦେଖିବାକୁ ଆଜି ସମସ୍ତେ ସମବେତ ।

ଖାଲି ବଡ଼ଦାଣ୍ଡ ନୁହେଁ , ସାରା ବିଶ୍ବରେ ଆଜି ନିନାଦିତ ହେଉଛି ଜୟ ଜଗନ୍ନାଥ ଧ୍ବନି । ରହସ୍ୟଘନ ବିଗ୍ରହ କିଭଳି ଭକ୍ତର ସେବାକୁ ଗ୍ରହଣ କରନ୍ତି ଆଜି ତାହା ଚର୍ମ ଚକ୍ଷୁରେ ଦେଖିବେ ଭକ୍ତଗଣ । ସକଳ ରହସ୍ୟର ଉଦଘାଟନ ହେବ । ଆହା କି ଦୃଶ୍ୟ ! ସ୍ନାନ ବେଦୀକୁ ଆରୋହଣ କଲେଣି ମଣିମା । ଏ ଦୃଶ୍ୟ ଦେଖି ମନେ ପଡ଼ୁଛି ଆଠଗଡ଼ ମାଟିର ଭକ୍ତ କବି ରାଧାନାଥ ଦାସଙ୍କ ସେ ପଦ କେତୋଟି ’ ଦେଖ ଦେଖ ସଖୀ ପହଣ୍ଡି ବିଜୟ ଶୋଭାକୁ ବାରେ ତୁ ଦେଖ, କି ସୁନ୍ଦର ଝୁଲି ଝୁଲି ଆସୁଛନ୍ତି ଚିକ୍କଣ କଳା ଶ୍ରୀମୁଖ ଗୋ… ସଖୀ ! ଥରେ ଦେଖିଲେ ସେ ରୂପକୁ ଗୋ ସଖୀ, ଆଖି ନଫେରି ରହୁଛି ଲାଖି ଗୋ ସଖୀ ! ଚିତ୍ତ ରଖିନପାରେ ମୋ ପାଖେ ଗୋ ସଖୀ !’ପ୍ରଭୁ ଆପଣଙ୍କ ଏ ଦିବ୍ୟ ପହଣ୍ଡିର ଦୃଶ୍ୟ ମୋର ବାରମ୍ବାର ଦେଖିବାକୁ ଇଚ୍ଛା ହୁଏ ପ୍ରଭୁ !

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe