ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ରୁପା; ମହାରାଷ୍ଟ୍ରରୁ ରାଞ୍ଚିକୁ ହେଉଥିଲା ଚାଲାଣ

Advertisment

ସମ୍ବଲପୁର ରେଙ୍ଗାଲିରେ ସିଟି ଜିଏସଟି ବିଭାଗର ଚଢାଉ ବେଳେ ମିଳିଲା ଦେଢ କୁଇଣ୍ଟାଲର ରୁପା । ମହାରାଷ୍ଟ୍ରରୁ ରାଞ୍ଚିକୁ ହେଉଥିଲା ଚାଲାଣ ।

ସମ୍ବଲପୁର ରେଙ୍ଗାଲିରେ ସିଟି ଜିଏସଟି ବିଭାଗର ଚଢାଉ ବେଳେ ମିଳିଲା ଦେଢ କୁଇଣ୍ଟାଲର ରୁପା । ମହାରାଷ୍ଟ୍ରରୁ ରାଞ୍ଚିକୁ ହେଉଥିଲା ଚାଲାଣ ।

Silver Siezed

କନକ ବ୍ୟୁରୋ : ଗଞ୍ଜେଇ ଖୋଜୁ ଖୋଜୁ ବାହାରିଲା ପୁଳାପୁଳା ରୁପା । ସମ୍ବଲପୁର ରେଙ୍ଗାଲି ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ । ଜବତ ରୁପାର ମୂଲ୍ୟ ଦେଢ଼ କୋଟି ଟଙ୍କା ହେବା ଅନୁମାନ କରାଯାଉଛି । ସୂଚନା ଅନୁସାରେ ଏକ ଗାଡ଼ିରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ଖବର ପାଇଥିଲା ଅବକାରୀ ବିଭାଗ । ଆଉ ସେହି ଗଞ୍ଜେଇ ଗାଡ଼ିକୁ ଜବତ କରିବାକୁ ପହଞ୍ଚିଥିଲା ଅବକାରୀ ବିଭାଗ ।

ତେବେ ଗଞ୍ଜେଇ ଗାଡ଼ି ଯାଞ୍ଚ କଲା ବେଳେ ଅବକାରୀ ବିଭାଗ ହାତରେ ଲାଗିଥିଲା ଏକ ସିକ୍ରେଟ ଚାମ୍ବର । ଯେଉଁଥିରେ ରୁପା ଅଳଙ୍କାର ଦେଖି ଆଶ୍ଚର୍ଯ୍ୟ ହୋଇଥିଲା ଅବକାରୀ ବିଭାଗ । ବିଭାଗ ତୁରନ୍ତ ସିଟି ଜିଏସଟି ବିଭାଗକୁ ସୂଚନା ଦେଇଥିଲା । ଜିଏସଟି ବିଭାଗ ଘଟଣାସ୍ଥଳରେ ପହଞ୍ଚି ରୁପା ଜବତ କରିଥିଲା । ଜବତ ହୋଇଥିବା ରୁପା ୧ କ୍ୱିଣ୍ଟାଲ ୬୬ କେଜି ଓ ୪୦୦ ଗ୍ରାମ, ଯାହାର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ହେବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe