କୁରାଢ଼ି ଖୋଲିଦେଲା ହତ୍ୟା ଗୁମର ! ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ନୂଆ ମୋଡ଼

ରାଜା ରଘୁବଂଶୀ ହତ୍ୟାକାଣ୍ଡରେ ନୂଆ ମୋଡ଼ । କୁରାଢ଼ି ଖୋଲିଦେଲା ଗୁମର । କଲ୍ ଡିଟେଲ୍ସରୁ ଜଣାପଡିଲା ସତ । 

Murder Case

Murder Case Photograph: (KanakNews)

କନକ ବ୍ୟୁରୋ: ଇନ୍ଦୋରର ରାଜା ରଘୁବଂଶୀ ହତ୍ୟାକାଣ୍ଡ ଘଟଣାରେ ଗୋଟିଏ ପରେ ଗୋଟିଏ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଘଟଣାର ତଦନ୍ତ ଜାରି ରହିଥିବା ବେଳେ ସୋନମ୍ ହତ୍ୟାକାରୀ ବୋଲି କେମିତି ଖିଅ ପାଇଲା ପୁଲିସ ସେନେଇ ଖବର ଏବେ ଚର୍ଚ୍ଚା । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ, ନିଜ ଭୁଲ ଯୋଗୁଁ ଧରାପଡ଼ିଥିଲେ ସୋନମ୍ ଓ ତାଙ୍କ ପୁରୁଷ ବନ୍ଧୁ ରାଜ୍ କୁଶୱାହା । ହତ୍ୟା ପାଇଁ ବ୍ୟବହୃତ କୁରାଢ଼ି ପୁଲିସ ଅଧିକାରୀଙ୍କ ସନ୍ଦେହ ବଢ଼ାଇବା ପରେ ସୋନମ୍ ଓ ରାଜାଙ୍କ କଲ୍ ଡିଟେଲ୍ସ ଯାଞ୍ଚ କରିଥିଲା ପୁଲିସ । ଆଉ ତା ପରେ ସାମ୍ନାକୁ ଆସିଥିଲା ପୂରା ଘଟଣା । 

ଧରାପକାଇଦେଲା କୁରାଢ଼ି !

- କୁରାଢ଼ି ଧରାଇଦେଲା ସତ
- ହତ୍ୟା ପାଇଁ ବ୍ୟବହୃତ ଅସ୍ତ୍ର ସେହି ଅଞ୍ଚଳର ହୋଇନଥିବାରୁ ପୁଲିସର ବଢ଼ିଥିଲା ସନ୍ଦେହ
-ଉଭୟ ସୋନମ୍‌ ଓ ରାଜାଙ୍କର କଲ୍ ଡିଟେଲ୍ସ ଯାଞ୍ଚ ଆରମ୍ଭ କରିଥିଲା ପୁଲିସ
-କଲ୍‌ ଡିଟେଲ୍ସରେ ସାମ୍ନାକୁ ଆସିଲା ସାଂଘାତିକ ସତ
-ହତ୍ୟାର ଗୋଟିଏ ଦିନ ପୂର୍ବରୁ ସୁପାରି କିଲର ସହ କଥା ହୋଇଥିଲେ ସୋନମ୍‌
-ନିଖୋଜ ହେବା ପରେ ବି ପୁରୁଷ ବନ୍ଧୁ ରାଜ୍‌ଙ୍କ ସହ ଯୋଗାଯୋଗରେ ଥିଲେ 
-ନିଜ ଲୋକେସନ ରାଜ୍‌ଙ୍କ ସହ ସେୟାର କରୁଥିଲେ 
-ମଧ୍ୟପ୍ରଦେଶରେ ବସି ୩ ସୁପାରି କିଲରଙ୍କ ସହ ଯୋଗାଯୋଗରେ ଥିଲା ରାଜ୍‌ କୁଶୱାହା
-ବାରାଣସୀ-ଗାଜିପୁର ମୁଖ୍ୟ ରାସ୍ତାର କାଶୀ ଢାବାରୁ ନିଜ ଘରକୁ ଫୋନ୍ କରିଥିଲେ ସୋନମ୍‌
-ଏହି କଲ୍‌ରୁ ଲୋକେସନ୍‌ ଟ୍ରାକ୍‌ କରି ସୋନମ୍‌କୁ ଧିରିଥିଲା ପୁଲିସ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe