ଆଠଗଡ଼ ଧବଳେଶ୍ୱର କଲେ ଅଧ୍ୟାପିକାଙ୍କୁ ଯୌନ ଶୋଷଣ ମାମଲା, ଅଭିଯୋଗକୁ ଷଡଯନ୍ତ୍ର କହି ସଫେଇ ରଖିଲେ ଅଧ୍ୟକ୍ଷ

କଲେଜର ଅଧ୍ୟକ୍ଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ପୁଲିସ ଡିଜିଙ୍କୁ ଚିଠି ଲେଖିଥିଲେ ଅଧ୍ୟାପିକା। ଅଧ୍ୟକ୍ଷ ଜଣକ ଅସ୍ୱାଭାବିକ ଭାବେ ଅଧ୍ୟାପିକାଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ। ବିରୋଧ କରିବାରୁ କଲେଜ ଅଧ୍ୟକ୍ଷ ଜାତିଆଣ ଆକ୍ଷେପ କରି ଅପମାନିତ କରିଥିବା ଅଭିଯୋଗ ହୋଇଛି । ଆଠଗଡ଼ ଗୁରୁଡି ଝାଟିଆ ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ ।

38

କନକ ବ୍ୟୁରୋ :  କଟକ ଆଠଗଡ଼ ଶ୍ରୀ ଶ୍ରୀ ଧବଳେଶ୍ୱର ମହାବିଦ୍ୟାଳୟ ଅଧ୍ୟାପିକାଙ୍କ ଯୌନ ଶୋଷଣ ଅଭିଯୋଗ ଘଟଣାରେ ନୂଆ ଟୁଇଷ୍ଟ। ପାଲଟା ଅଭିଯୋଗ ଆଣିଛନ୍ତି କଲେଜ ଅଧ୍ୟକ୍ଷ ଅଶୋକ କୁମାର ସାମନ୍ତରାୟ। ଅଭିଯୋଗକୁ ଖଣ୍ଡନ କରିବା ସହ ତାଙ୍କ ନାଁରେ ମିଛ କୁହାଯାଇଥିବା ସ୍ପଷ୍ଟ କରିଛନ୍ତି । ସମସ୍ତ ତଦନ୍ତକୁ ସାମନା କରିବା ସହିତ ତାଙ୍କୁ ଜାଣିଶୁଣି ବଦନାମ କରାଯାଉଥିବା କହିଛନ୍ତି । ଆଉ ନ୍ୟାୟ ନମିଳିଲେ ନିଜକୁ ଜାଳିଦେବେ ବୋଲି ଧମକ ବି ଦେଇଛନ୍ତି ।

କଲେଜର ଅଧ୍ୟକ୍ଷଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣି ପୁଲିସ ଡିଜିଙ୍କୁ ଚିଠି ଲେଖିଥିଲେ ଅଧ୍ୟାପିକା। ଅଧ୍ୟକ୍ଷ ଜଣକ ଅସ୍ୱାଭାବିକ ଭାବେ ଅଧ୍ୟାପିକାଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ। ବିରୋଧ କରିବାରୁ କଲେଜ ଅଧ୍ୟକ୍ଷ ଜାତିଆଣ ଆକ୍ଷେପ କରି ଅପମାନିତ କରିଥିବା ଅଭିଯୋଗ ହୋଇଛି । ଆଠଗଡ଼ ଗୁରୁଡି ଝାଟିଆ ଥାନାରେ ଏତଲା ଦେବା ପରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୁଲିସ । ପୁଲିସରେ ଅଭିଯୋଗ ହେବା ପରେ ଭଡାଟିଆ ଗୁଣ୍ଡା ଲଗାଇ ଦୁଷ୍କର୍ମ କରାଇବାକୁ କଲେଜ ଅଧ୍ୟକ୍ଷ ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଅଧ୍ୟାପିକା । ଏବେ ଡିଜିଙ୍କୁ ଚିଠି ଲେଖି ନ୍ୟାୟ ଭିକ୍ଷା କରିଛନ୍ତି ପୀଡିତ ଅଧ୍ୟାପିକା। 

ଗୋଟିଏ ପଟେ ଅଧ୍ୟାପିକା ଯୌନ ଶୋଷଣ ଅଭିଯୋଗ ଆଣୁଛନ୍ତି। ଆଉ ଅନ୍ୟପଟେ ଅଭିଯୋଗକୁ ଖଣ୍ଡନ କରି ଆତ୍ମାହୁତି ଧମକ ଦେଉଛନ୍ତି ଅଧ୍ୟକ୍ଷ। ତେଣୁ ଏଠି ପ୍ରଶ୍ନ ଉଠୁଛି, ପ୍ରକୃତରେ କିଏ କହୁଛି ସତ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe