କନକ ବ୍ୟୁରୋ : କୋଶଳ ବାଦୀ ନେତାଙ୍କୁ ଘରୁ ଉଠେଇ ନେଲା ପୋଲିସ । ସାରା ରାଜ୍ୟରେ ଓଡିଶା ଦିବସ ପାଲନ କରାଯିବା ନେଇ ସୂଚନା ପରେ, ଉତ୍କଳ ଦିବସକୁ କଳା ଦିବସ ରୂପେ ପାଳନ କରିବା ପାଇଁ କୋଶଲ ସଂଗଠନ ନିଷ୍ପତି ନେଇଥିଲା । ବାରମ୍ବାର ଶୋଷିତ, ଅବହେଳିତର ଶିକାର ହେଉଥିବା ପ୍ରଶ୍ଚିମ ଓଡିଶା ଭାସା ସଂସ୍କୃତି ପରମ୍ପରାକୁ ଅପମାନ କରି କୋସଳାଞ୍ଚଳର ସମସ୍ତ ଖଣି ଖାଦାନ ରାଜସ୍ବ ବହୁତ ଆଦାୟ ହେଉଥିଲେ ମଧ୍ୟ ଉପକୁଳ ଓଡ଼ିଶାର ଉନ୍ନତି କରିବାରେ ସରକାର ବ୍ୟସ୍ତ ହେଲେ ସବୁବେଳେ ପ୍ରଶ୍ଚିମ ଓଡିଶାକୁ ଅଣଦେଖା କରୁଛନ୍ତି । ତେଣୁ ପ୍ରଶ୍ଚିମ ଓଡ଼ିଶାର ବିକାଶ ପାଇଁ କୋସଲ ରାଜ୍ୟ ନିହାତି ଆବଶ୍ୟକ । 

Advertisment

କୋଶଲ ପ୍ରଦେଶ ଗଠନ ହେଲେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ, ନିଯୁକ୍ତି ଓ ସମସ୍ତ କ୍ଷେତ୍ରରେ ଉନ୍ନତି ହୋଇ ପାରିବ । ତେଣୁ ଓଡ଼ିଆ ଆମ ମାତୃଭାଷା, ସମ୍ବଲପୁରୀ କୋଶଲି ଅଟେ ଆମ୍ଭେ କାହିଁକି ଓଡ଼ିଆ ଉତ୍କଳର ଗୁଣ ଗାନ କରିବୁ ବୋଲି ଉତ୍କଳ ଦିବସକୁ ବିରୋଧ କରି କଳା ଦିବସ ପାଳନ କରିବା ପାଇଁ କୋସଲ ସଂଗ୍ରାମୀମାନେ ଆହ୍ୱାନ କରିଥିଲେ । କଳା ଦିବସ ପାଳନକୁ ଭଣ୍ଡୁର କରିବା ପାଇଁ  କୋସଲ ରାଜ୍ୟ ମୁକ୍ତି ମୋର୍ଚା, ଗାଇସିଲେଟ ବ୍ଲକର ସଭାପତି ଗଜପତି ସାହୁ, କୋସଲ ରାଜ୍ୟ ସମ୍ମାନିତ ସମିତି ସଭାପତି ଅରବିନ୍ଦ ପଣ୍ଡା, ପ୍ରସନ୍ନ କୁମ୍ଭାରଙ୍କୁ ଗାଇସିଲେଟ ପୋଲିସ ଉଠେଇ ନେଇ ଥାନାରେ ଅଟକ ରଖିଛନ୍ତି ।