ସକାଳୁ ଅସହ୍ୟ ଗୁଳୁଗୁଳି ; ସାଢ଼େ ୮ଟା ସୁଦ୍ଧା ୩୪ ଡିଗ୍ରି ଟପିଲା ପାରଦ

ସକାଳୁ ଉପକୂଳ ଓଡ଼ିଶାରେ ଗରମ ସହ ଅସହ୍ୟ ଗୁଳୁଗୁଳି । ୮ଟା ୩୦ ସୁଦ୍ଧା ୩୪ ଡିଗ୍ରି ଟପିଲା ପୁରୀ । ୩୧ ଡିଗ୍ରୀ ଉପରେ ୬ ସହର ।  

humidity in odisha

humidity in odisha Photograph: (KanakNews)

କନକ ବ୍ୟୁରୋ:  ରାଜଧାନୀରେ ସକାଳୁ ସକାଳୁ ଅସହ୍ୟ ତାତି, ଗୁଳୁଗୁଳି । ପଶ୍ଚିମରୁ ଉପକୂଳ ଜଳୁଛି ଓଡ଼ିଶା । ମୌସୁମୀ ବାୟୁ ବିରାମ ନେବା ପରେ ରାଜ୍ୟରେ ଉପରମୁହାଁ ତାତି । ଗ୍ରୀଷ୍ମ ଲହରି ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ । ସକାଳ ସାଢ଼େ ୮ଟା ସୁଦ୍ଧା ପୁରୀରେ ସର୍ବାଧୀକ ୩୪.୪ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ବାଲେଶ୍ବରରେ ୩୩ ଡିଗ୍ରି, ଚାନ୍ଦବାଲିରେ ୩୨.୮ ଡିଗ୍ରି, ଭୁବନେଶ୍ବରରେ ୩୨ ଡିଗ୍ରି, ଗୋପାଳପୁର ଓ ପାରାଦୀପରେ ୩୧.୮ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି । ସେହିପରି ଭୁବନେଶ୍ବରରେ ସକାଳୁ ଆର୍ଦ୍ରତା ୭୩.୬ ପ୍ରତିଶତ ରହିଛି । ଗତକାଲି ଅପରାହ୍ନରେ ସାମାନ୍ୟ ବର୍ଷା ସତ୍ତ୍ବେ ତାତି ଓ ଗରମରେ କୌଣସି ପ୍ରଭାବ ପଡ଼ିନାହିଁ । 

ପାଣିପାଗ ବିଭାଗର ସୂଚନା ମୁତାବକ, ସମୟ ପୂର୍ବରୁ ରାଜ୍ୟରେ ପହଞ୍ଚିଥିଲା ମୌସୁମୀ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଥିଲା  । କିନ୍ତୁ ପୁଣି ପୂର୍ବ ପରି ଖରା ସାଙ୍ଗକୁ ପ୍ରବଳ ଗୁଳୁଗୁଳି ଲୋକଙ୍କୁ ଅସ୍ତବ୍ୟସ୍ତ କରିପକାଉଛି । ବିଶେଷ କରି ରାଜଧାନୀ ଭୁବନେଶ୍ବରରେ ଲୋକଙ୍କ ପାଇଁ ଦିନରେ ଘରୁ ବାହାରିବା ମୁସ୍କିଲ ହୋଇପଡ଼ୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe