ବିଚାରପତି ଯଶବନ୍ତ ବର୍ମାଙ୍କ ବିରୋଧରେ ମାମଲା ରୁଜୁ ଆବେଦନକୁ ସୁପ୍ରିମକୋର୍ଟଙ୍କ ଅଗ୍ରାହ୍ୟ, କହିଲେ, ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀଙ୍କ ପାଖରେ କରିପାରିବେ ଆବେଦନ

ଓକିଲ ନେଦୁମପାରାଙ୍କ ତରଫରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି କି, ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ମିଳିବା କଥା ପ୍ରମାଣିତ ହୋଇସାରିଛି । ଏହି କାରଣରୁ ଆଇନ ପ୍ରକ୍ରିୟା ମାଧ୍ୟମରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଏବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ଆବଶ୍ୟକ । 

fgddfgfdgdfg

କନକ ବ୍ୟୁରୋ : ବିଚାରପତି ଯଶବନ୍ତ ବର୍ମାଙ୍କ ବିରୋଧରେ ମାମଲା ରୁଜୁ ଦାବି କରି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି । କୋର୍ଟ କହିଛନ୍ତି କି, ଏହା ପୂର୍ବରୁ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ୩ ବିଚାରପତିଙ୍କ ତଦନ୍ତ ରିପୋର୍ଟ ଓ ବିଚାରପତି ଯଶବନ୍ତ ବର୍ମାଙ୍କ ଜବାବକୁ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ନିକଟକୁ ବିଚାର ପାଇଁ ପଠାଇ  ଦିଆଯାଇଛି ।  ଏବେ ମାମଲା ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଖରେ ରହିଛି । ଏହି କାରଣରୁ ଆବେଦନକାରୀ କୋର୍ଟ ଆସିବା ବଦଳରେ ସିଧା ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ଆବେଦନ କରିପାରିବେ ।

ଓକିଲ ନେଦୁମପାରାଙ୍କ ତରଫରୁ ଦାଖଲ ହୋଇଥିବା ଆବେଦନରେ କୁହାଯାଇଛି କି, ଜଷ୍ଟିସ ବର୍ମାଙ୍କ ଘରୁ ଟଙ୍କା ମିଳିବା କଥା ପ୍ରମାଣିତ ହୋଇସାରିଛି । ଏହି କାରଣରୁ ଆଇନ ପ୍ରକ୍ରିୟା ମାଧ୍ୟମରେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ । ତେଣୁ ଏବେ ତାଙ୍କ ବିରୋଧରେ ମାମଲା ରୁଜୁ ହେବା ଆବଶ୍ୟକ । 

ଏହି ମାମଲାର ଶୁଣାଣି କରି ବିଚାରପତି ଅଭୟ ଏସ ଓକ୍ ଓ ଜଷ୍ଟିସ  ଉଜ୍ଜ୍ୱଳ ଭୂୟାଁଙ୍କ ବେଂଚ କହିଛନ୍ତି କି, ଏହି ମାମଲା ଏବେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ନିକଟରେ ରହିଛି । ତେଣୁ ଏହା ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିପାରିବ ନାହିଁ । ଏହାକୁ ନେଇ ଓକିଲ ନେଦୁମପାରା ବୀରାସ୍ୱାମୀ ଜଜମେଣ୍ଟ ଉପରେ ପ୍ରଶ୍ନ ଉଠାଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe