କନକବ୍ୟୁରୋ : ଜିନ୍ନତ ପାଇଁ ୬୦ ଲକ୍ଷ ଖର୍ଚ୍ଚ ।  ଶିମିଳିପାଳରୁ ଚମ୍ପଟ୍‌ ମାରିଥିବା ବାଘୁଣୀ ‘ଜୀନତ୍‌’କୁ ଫେରାଇ ଆଣିବାକୁ ପାଖାପାଖି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।  ପଶ୍ଚିମବଙ୍ଗ ସରକାର ସବୁଠାରୁ ଅଧିକ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ବେଳେ ଓଡ଼ିଶା ସରକାର ପ୍ରାୟ ୨୦ ଲକ୍ଷ ଓ ଝାଡ଼ଖଣ୍ଡ ସରକାର ପ୍ରାୟ ୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ମହାରାଷ୍ଟ୍ରରୁ ଶିମିଳିପାଳ ଆଣିବାରେ ବ୍ୟୟ ହୋଇଥିଲା ୭ ଲକ୍ଷ  । କିନ୍ତୁ ପଶ୍ଚିମବଙ୍ଗରୁ ଜିନ୍ନତକୁ ଫେରାଇ ଆଣିବାକୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି ।

Advertisment

ଏ ବାବଦରେ ଯାହା ଖର୍ଚ୍ଚ ହୋଇଛି ତାହା ସମ୍ପୃକ୍ତ ରାଜ୍ୟର ବନ ବିଭାଗ ଭରଣା କରିବ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ ପଶ୍ଚିମବଙ୍ଗରେ ୧୦ ଦିନ ରହିବା ଏବଂ ଟ୍ରାଙ୍କୁଲାଇଜ୍‌ କରି ସ୍ଥାନାନ୍ତର କରିବା କାର୍ଯ୍ୟରେ ୧୭୦ରୁ ଅଧିକ ବନ କର୍ମଚାରୀ ସାମିଲ ହୋଇଥିଲେ। ଝାଡ଼ଗ୍ରାମ, ବାଙ୍କୁରା ଓ ପୁରୁଲିଆ ଡିଭିଜନ୍‌ର କର୍ମଚାରୀ ମୁଖ୍ୟତଃ ସାମିଲ ହୋଇଥିବା ବେଳେ ଆଖାପାଖ ଡିଭିଜନ୍‌ର କିଛି କର୍ମଚାରୀଙ୍କୁ ‘ଜୀନତ୍‌’ ଧରିବା ଅଭିଯାନରେ ସାମିଲ କରାଯାଇଥିଲା।

ବାଘୁଣୀକୁ ପରିବହନ କାର୍ଯ୍ୟରେ ସ୍ଥାନୀୟ ଶ୍ରମିକ ମଧ୍ୟ ନିୟୋଜିତ ହୋଇଥିଲେ। ରାତ୍ରି ପାଟ୍ରୋଲିଂ, ଟ୍ରାଙ୍କୁଲାଇଜ୍‌ ସମୟରେ ବ୍ୟବହୃତ ଲାଇଟ୍‌, ଟ୍ରାଙ୍କୁଲାଇଜ୍‌ ସ୍ଥଳରୁ ଚିଡ଼ିଆଖାନାକୁ ପରିବହନ, ଜାଲ କିଣିବା, କର୍ମଚାରୀଙ୍କୁ ଖାଦ୍ୟ ପାନୀୟ ବାବଦ, ତିନୋଟି ଆର୍ଥ ମୁଭର୍‌ ମେସିନ୍‌ ବ୍ୟବହାର ବାବଦରେ ଅଧିକ ଟଙ୍କା ଖର୍ଚ୍ଚ ହୋଇଛି।

ପେ’ ରୋଲ୍‌ରେ ଥିବା ବନ ବିଭାଗ କର୍ମଚାରୀଙ୍କୁ କୌଣସି ପ୍ରକାର ଅତିରିକ୍ତ ଅର୍ଥ ପ୍ରଦାନ କରାଯିବ ନାହିଁ। ଯେଉଁ ଅର୍ଥ ଖର୍ଚ୍ଚ ହୋଇଛି ତାହା ରାଜ୍ୟ ବନ ବିଭାଗ ବଜେଟ୍‌ରୁ ଭରଣା କରାଯିବ।  ଖର୍ଚ୍ଚ ହୋଇଥିବା ଅର୍ଥ ପରିମାଣ ‌ସେତେ ବେଶି ହୋଇ ନ ଥିବାରୁ ଓଡ଼ିଶା ସରକାରଙ୍କୁ କୌଣସି ଚିଠି ଲେଖାଯିବ ନାହିଁ। ତେବେ ବାଘୁଣୀଙ୍କୁ ଟ୍ରାଙ୍କୁଲାଇଜ୍‌ କରିବା ବଡ଼ ଆହ୍ବାନ ଥିଲା ବୋଲି ପଶ୍ଚିମବଙ୍ଗ ବନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ଓଡ଼ିଶା ବନ ବିଭାଗ ୨୪ ଦିନ ମଧ୍ୟରେ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। ବାଘୁଣୀ ‘ଜୀନତ୍‌’ ଝମ୍ପଟ୍‌ ହେବାଠାରୁ ହିଁ ବନ ବିଭାଗର ୧୫ ଜଣିଆ ଦଳ ତାହାର ପିଛା କରିଥିଲା। 

ବାଘୁଣୀ ଜିନ୍ନତକୁ ଫେରାଇ ଆଣିବାକୁ ୬୦ ଲକ୍ଷ୍ୟ ଟଙ୍କା ଖର୍ଚ୍ଚ
ପଶ୍ଚିମବଙ୍ଗ ସରକାର ସବୁଠାରୁ ଅଧିକ ୩୫ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି
ଓଡ଼ିଶା ସରକାର ପ୍ରାୟ ୨୦ ଲକ୍ଷ ଓ ଝାଡ଼ଖଣ୍ଡ ସରକାର ୩ ଲକ୍ଷ ଟଙ୍କା ଖର୍ଚ୍ଚ
ମହାରାଷ୍ଟ୍ରରୁ ଶିମିଳିପାଳ ଆଣିବାରେ ବ୍ୟୟ ହୋଇଥିଲା ୭ ଲକ୍ଷ।
କିନ୍ତୁ ପଶ୍ଚିମବଙ୍ଗରୁ ଜିନ୍ନତକୁ ଫେରାଇ ଆଣିବାକୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି
ସବୁ ଖର୍ଚ୍ଚ ସମ୍ପୃକ୍ତ ରାଜ୍ୟର ବନ ବିଭାଗ ଭରଣା କରିବ ବୋଲି ଜଣାପଡ଼ିଛି

ପଶ୍ଚିମବଙ୍ଗରେ ୧୦ ଦିନ ରହିବା ଏବଂ ବାଘକୁ ଟ୍ରାଙ୍କୁଲାଇଜ୍‌ କରି ସ୍ଥାନାନ୍ତର କରାଯାଇଥିଲା
 କାର୍ଯ୍ୟରେ ୧୭୦ରୁ ଅଧିକ ବନ କର୍ମଚାରୀ ସାମିଲ ହୋଇଥିଲେ
ବାଘୁଣୀକୁ ପରିବହନ କାର୍ଯ୍ୟରେ ସ୍ଥାନୀୟ ଶ୍ରମିକ ମଧ୍ୟ ନିୟୋଜିତ ହୋଇଥିଲେ
ରାତ୍ରି ପାଟ୍ରୋଲିଂ, ଟ୍ରାଙ୍କୁଲାଇଜ୍‌ ସମୟରେ ବ୍ୟବହୃତ ଲାଇଟ୍‌ ପାଇଁ ଅର୍ଥ ଖର୍ଚ୍ଚ

ଟ୍ରାଙ୍କୁଲାଇଜ୍‌ ସ୍ଥଳରୁ ଚିଡ଼ିଆଖାନାକୁ ପରିବହନ, ଜାଲ କିଣିବା ପାଇଁ ବ୍ୟୟ
କର୍ମଚାରୀଙ୍କୁ ଖାଦ୍ୟ ପାନୀୟ ବାବଦ, ତିନୋଟି ଆର୍ଥ ମୁଭର୍‌ ମେସିନ୍‌ ପାଇଁ ଖର୍ଚ୍ଚ
କିନ୍ତୁ ପେ’ ରୋଲ୍‌ରେ ଥିବା ବନ ବିଭାଗ କର୍ମଚାରୀଙ୍କୁ କୌଣସି ପ୍ରକାର ଅତିରିକ୍ତ ଅର୍ଥ ନାହିଁ। 

ଖର୍ଚ୍ଚର ପରିମାଣ ‌ବେଶି ହୋଇ ନ ଥିବାରୁ ଓଡ଼ିଶା ସରକାରଙ୍କୁ କୌଣସି ଚିଠି ଲେଖିବନି ବନ ବିଭାଗ
ଓଡ଼ିଶା ବନ ବିଭାଗ ୨୪ ଦିନ ମଧ୍ୟରେ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି। 
ଶିଳିମିପାଳରୁ ଝମ୍ପଟ୍‌ ହେବା ପରେ ଝାଡଖଣ୍ଡ ନେଇ ପଶ୍ଚିମବଙ୍ଗ ଯାଇଥିଲା ବାଘୁଣୀ
ସେବେଠାରୁ ହିଁ ବନ ବିଭାଗର ୧୫ ଜଣିଆ ଦଳ ତାହାର ପିଛା କରିଥିଲା।