କନକ ବ୍ୟୁରୋ: ଡାକ୍ତରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ରାଉରକେଲା ଏନଆଇଟି ପରିସରରୁ ଡାକ୍ତରଙ୍କ କ୍ୱାର୍ଟର ଭିତରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ଡାକ୍ତର ରୁମ ଭିତରକୁ ପଟୁ କବାଟ ଦେଇ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ଡାକ୍ତରଙ୍କ ବୟସ ୩୦। ନାମ ସନ୍ତୋଷ ହୁଗାର। ୨୦୨୩ରେ ମେଡିକାଲ ଅଫିସର ଭାବେ ଏନଆଇଟି ରାଉରକେଲାରେ ଯୋଗ ଦେଇଥିଲେ । ତେବେ ଡାକ୍ତରଙ୍କ ମୃତ୍ୟର କାରଣ ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।