ସାମ୍ନାକୁ ଆସିଲା ରିଙ୍କୁ ସିଂ- ପ୍ରିୟା ସରୋଜଙ୍କ ବିବାହ ତାରିଖ, ଏହି ଦିନ ହେବେ ହାତକୁ ଦି’ ହାତ

ବିବାହ ପୂର୍ବରୁ ଜୁନ୍ ୮ ତାରିଖରେ ଉଭୟଙ୍କ ରିଙ୍ଗ୍ ସେରିମନି ଲକ୍ଷ୍ନୌର ଏକ ହୋଟେଲରେ ଅନୁଷ୍ଠିତ ହେବ । ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ଉତ୍ସବ ହେବ ।

35jkke

Photograph: (kanak news)

କନକ ବ୍ୟୁରୋ: ସମାଜବାଦୀ ପାର୍ଟି ସାଂସଦ ପ୍ରିୟା ସରୋଜ ଏବଂ କ୍ରିକେଟର ରିଙ୍କୁ ସିଂଙ୍କ ବିବାହ ତାରିଖ ସ୍ଥିର ହୋଇଛି । ଉଭୟ ୧୮ ନଭେମ୍ବରରେ ହାତକୁ ଦି’ ହାତ ହେବେ । ବିବାହ ପୂର୍ବରୁ ଜୁନ୍ ୮ ତାରିଖରେ ଉଭୟଙ୍କ ରିଙ୍ଗ୍ ସେରିମନି ଲକ୍ଷ୍ନୌର ଏକ ହୋଟେଲରେ ଅନୁଷ୍ଠିତ ହେବ । ପରିବାର ଏବଂ ନିକଟ ସମ୍ପର୍କୀୟଙ୍କ ଉପସ୍ଥିତିରେ ଏହି ଉତ୍ସବ ହେବ । ଆପଣଙ୍କୁ କହି ରଖୁଛୁ ଯେ ଚଳିତ ବର୍ଷ ଜାନୁଆରୀରେ ସମାଜବାଦୀ ପାର୍ଟି ସାଂସଦଙ୍କ ସହ କ୍ରିକେଟର ରିଙ୍କୁ ସିଂଙ୍କ ସମ୍ପର୍କ ସାମ୍ନାକୁ ଆସିଥିଲା । 

ରିଙ୍କୁ ସିଂଙ୍କୁ ବିବାହ କରିବାକୁ ଯାଉଥିବା ପ୍ରିୟା ସରୋଜ ହେଉଛନ୍ତି ସମାଜବାଦୀ ପାର୍ଟି ସାଂସଦ । ୨୬ ବର୍ଷୀୟ ପ୍ରିୟା ୨୦୨୪ ଲୋକସଭା ନିର୍ବାଚନରେ ସମାଜବାଦୀ ପାର୍ଟି ଟିକେଟରେ ମଛଲିସହର ଆସନରୁ ବିଜୟୀ ହୋଇଥିଲେ । ସେ ବିପି ସରୋଜଙ୍କୁ ୩୫,୮୫୦ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ । ପ୍ରିୟା ସରୋଜଙ୍କ ଜନ୍ମ ୨୩ ନଭେମ୍ବର ୧୯୯୮ରେ ବାରାଣସୀରେ ହୋଇଥିଲା । 

ଆପଣଙ୍କୁ କହି ରଖୁଛୁ ଯେ ପ୍ରିୟା ସରୋଜଙ୍କ ଜଣେ ବନ୍ଧୁଙ୍କ ବାପା ଜଣେ କ୍ରିକେଟର, ଯିଏ ରିଙ୍କୁଙ୍କୁ ଜାଣନ୍ତି । ପ୍ରିୟା ବନ୍ଧୁଙ୍କ ବାପା ତାଙ୍କୁ ରିଙ୍କୁଙ୍କ ସହିତ ପରିଚୟ କରାଇଥିଲେ । ପ୍ରିୟା ସରୋଜ ଭାରତର ସବୁଠାରୁ କମ୍ ବୟସ୍କ ମହିଳା ସାଂସଦ । ଯେତେବେଳେ ପ୍ରିୟା ଲୋକସଭାକୁ ନିର୍ବାଚିତ ହୋଇଥିଲେ, ତାଙ୍କର ବୟସ ୨୫ ବର୍ଷ ୬ ମାସ ୧୨ ଦିନ ଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe