ପରିଜନଙ୍କ ମୃତଦେହ ନେବାକୁ ସମ୍ପର୍କୀୟଙ୍କ ଲମ୍ବା ଧାଡ଼ି ; ପୋଷ୍ଟମର୍ଟମ୍ ରୁମ୍ ବାହାରେ ଘଣ୍ଟା ଘଣ୍ଟା ଧରି କରିଛନ୍ତି ଅପେକ୍ଷା

ପରିଜନଙ୍କ ମୃତଦେହ ନେବାକୁ ସମ୍ପର୍କୀୟଙ୍କ ଲମ୍ବାଧାଡ଼ି । ବ୍ୟବଚ୍ଛେଦ ଗୃହ ବାହାରେ ଦୀର୍ଘଘଣ୍ଟା ଧରି ଅପେକ୍ଷାରେ ମୃତକଙ୍କ ପରିଜନ । ବିମାନ ଦୁର୍ଘଟଣା ଉଜାଡ଼ି ଦେଲା ଶତାଧିକ ସଂସାର ।

Plane crash______

Plane crash______ Photograph: (KanakNews)

କନକ ବ୍ୟୁରୋ: ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବିମାନଯାତ୍ରୀ, ମେଡିକାଲ କଲେଜ ଛାତ୍ରଛାତୀ ଓ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏବେ ବି କିଛି ବ୍ୟକ୍ତି ନିଖୋଜ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିବା ସହ ଡାକ୍ତରଖାନା ବାହାରେ ପ୍ରବଳ ଭିଡ଼ ଜମାଇଛନ୍ତି । କିଛି ବ୍ୟକ୍ତିଙ୍କ କୌଣସି ଖୋଜଖବର ମିଳୁନଥିବାରୁ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି ସମ୍ପର୍କୀୟ । ଘଣ୍ଟାଘଣ୍ଟା ଧରି ଡାକ୍ତରଖାନା ବାହାରେ ନିଜ ସମ୍ପର୍କୀୟଙ୍କ ସୂଚନା ପାଇଁ ଅପେକ୍ଷା କରିଛନ୍ତି ।

ଅହମ୍ମଦାବାଦ ବିମାନ ଦୁର୍ଘଟଣା କେମିତି ଘଟିଲା? ପ୍ରକୃତରେ କାହାର ତ୍ରୁଟି ପାଇଁ ୨୪୧ ଜଣ ବିମାନ ଯାତ୍ରୀଙ୍କ ସମେତ ୨୬୫ଜଣଙ୍କ ମୃତ୍ୟୁ ହେଲା ? ଏହାର କାରଣ ଖୋଜା ଚାଲିଛି । ଘଟଣାସ୍ଥଳରେ ପହଞ୍ଚିଛି ଫରେନ୍ସିକ୍ ଟିମ୍ ଓ ଏୟାରକ୍ରାପ୍ଟ ଆକ୍ସିଡେଣ୍ଟ ଇନଭେଷ୍ଟିଗେସନ ବ୍ୟୁରୋ ଟିମ୍। ବିମାନ ଦୁର୍ଘଟଣାସ୍ଥଳରେ ଏହି ଦୁଇ ତଦନ୍ତକାରୀ ସଂସ୍ଥାର ସହ ଏନଏସଜି, ଏନଡିଆରଏଫ୍ , ବାୟୁସେନା,ଏଫଏସଏସ, ଅଗ୍ନିଶମ ଟିମ୍ ଉପସ୍ଥିତ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe