ଟ୍ରାଫିକ ସମସ୍ୟାରୁ ମିଳୁନି ମୁକ୍ତି, ଶୂନଶାନ ପଡ଼ିଛି ବାଇପାସ୍‌ ରାସ୍ତା

Advertisment

ଟ୍ରାଫିକ ସମସ୍ୟାରୁ ମିଳୁନି ମୁକ୍ତି । ଶୂନଶାନ ପଡ଼ିଛି ବାଇପାସ ରାସ୍ତା । ଜାତୀୟ ରାଜପଥରେ ଭିଡ଼ ନିୟନ୍ତ୍ରଣ ପାଇଁ ବାଇପାସ୍ ରାସ୍ତା ନାମକୁ ମାତ୍ର । ଦୁର୍ବଳ ବ୍ରିଜ୍ ଯୋଗୁ ଅମଙ୍ଗ ଗାଡି ଚାଳକ । ଖୁବଶୀଘ୍ର ସମସ୍ୟା ସମାଧାନ ପାଇଁ ଦାବି ।

ଟ୍ରାଫିକ ସମସ୍ୟାରୁ ମିଳୁନି ମୁକ୍ତି । ଶୂନଶାନ ପଡ଼ିଛି ବାଇପାସ ରାସ୍ତା । ଜାତୀୟ ରାଜପଥରେ ଭିଡ଼ ନିୟନ୍ତ୍ରଣ ପାଇଁ ବାଇପାସ୍ ରାସ୍ତା ନାମକୁ ମାତ୍ର । ଦୁର୍ବଳ ବ୍ରିଜ୍ ଯୋଗୁ ଅମଙ୍ଗ ଗାଡି ଚାଳକ । ଖୁବଶୀଘ୍ର ସମସ୍ୟା ସମାଧାନ ପାଇଁ ଦାବି ।

32-bypass-

କନକ ବ୍ୟୁରୋ: ଟ୍ରାଫିକ୍ ସମସ୍ୟାରୁ ମୁକ୍ତି ପାଇଁ ତିଆରି କରାଯାଇଥିଲା ବାଇପାସ୍ । ହେଲେ ସମସ୍ୟା ପୂର୍ବବତ୍ ରହିଛି । ପ୍ରତିଦିନ ଟ୍ରାଫିକ୍ ଜାମ୍ ହେଉଥିବା ବେଳେ ବାଇପାସ୍ ରାସ୍ତା ଖାଁ ଖାଁ ପଡ଼ିଛି । ବାଇପାସ୍ ରାସ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ । କୋଟିକୋଟି ଟଙ୍କା ଖର୍ଚ୍ଚ କରି ଟ୍ରାଫିକ ସମସ୍ୟାରୁ ମୁକ୍ତି ପାଇଁ ତିଆରି କରାଯାଇଥିଲା ଏହି ବାଇପାସ୍ । ରାସ୍ତା ଚିକ୍କଣ ହେଲେ ଗୋଟେ ବି ଗାଡ଼ିର ଦେଖା ନାହିଁ । କାରଣ ଏହି ବାଇପାସ୍ ରାସ୍ତାରେ ଥିବା ୩ଟି ପୁରୁଣା ବ୍ରିଜ୍ ଉପରେ ଭାରିଯାନ ଚଳାଚଳ ସମ୍ଭବପର ନୁହେଁ । ବ୍ରିଜ୍ ଦବି ଯାଇଥିବାରୁ କୌଣସି ଦୁର୍ଘଟଣାକୁ ଦୃଷ୍ଟିରେ ରଖି ଚାଳକ ରାସ୍ତା ଦେଇ ଯିବାକୁ ଅମଙ୍ଗ ଲୋକେ । ଗାଡ଼ି ସବୁ ରାୟଗଡ଼ା ସହର ମଧ୍ୟ ଦେଇ ଚଳାଚଳ କରୁଛି । ଯାହାଦ୍ୱାରା ସହର ମଧ୍ୟରେ ଟ୍ରାଫିକ ସମସ୍ୟା ଉପୁଜୁଥିବା ବେଳେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଛି ।

ବ୍ରିଜର ମାନ ପରୀକ୍ଷା ନକରି କୋଟିକୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ପ୍ରତିଦିନ ଦୁର୍ଘଟଣା ବି ଘଟି ଚାଲିଛି । ସମସ୍ତ ଭାରିଯାନ ଏହି ବାଇପାସ୍ ରାସ୍ତା ଦେଇ ଚଳାଚଳ କରିବାର ଲକ୍ଷ୍ୟ ଥିଲେ ବି ଏବେ ସବୁ ଗାଡ଼ି ସହର ମଧ୍ୟ ଦେଇ ଚଳାଚଳ କରୁଥିବାରୁ ଅସନ୍ତୋଷ ଦେଖାଦେଇଛି । ସେପଟେ ଘଟଣା ସ୍ୱୀକାର କରିବା ସହ ବଜେଟ୍‌ ପ୍ରସ୍ତୁତ ହୋଇଛି । ଖୁବଶୀଘ୍ର ଏହାର ସମାଧାନ କରାଯିବାର ମିଳିଛି ପ୍ରତିଶ୍ରୁତି । ଯାହାର ଅପେକ୍ଷାରେ ରହିଛନ୍ତି ରାୟଗଡ଼ାବାସୀ । 

କିଛି ଚିନ୍ତା ନକରି କୋଟିକୋଟି ଟଙ୍କାର ବାଇପାସ୍ ରାସ୍ତା ନିର୍ମାଣ ହୋଇଛି । ହେଲେ ଟ୍ରାଫିକ୍ ସମସ୍ୟା ପୂର୍ବବତ୍ ରହିଛି । ଖୁବଶୀଘ୍ର ଏଥିପ୍ରତି ଗୁରୁତ୍ବ ଦିଆଯାଇ ସମାଧାନ କରାଯାଇପାରିଲେ ସ୍ଥାନୀୟ ଲୋକ ଉପକୃତ ହୋଇପାରିବେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe