ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଆସିଷ୍ଟାଣ୍ଟ୍ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୋଗ ପରେ ବଢ଼ିଲା ବିଶ୍ୱବିଦ୍ୟାଳୟର ସୁରକ୍ଷା ବ୍ୟବସ୍ଥା

ପୂର୍ବରୁ ସୁରକ୍ଷାକର୍ମୀ ରହିଥିଲେ ମଧ୍ୟ ପାଟ୍ରୋଲିଂ କରାଯାଉନଥିଲା । ପୋଲିସ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏଭଳି ଘଟିଲା ତାହାର ତଦନ୍ତ ଚାଲିଛି । ଏଣିକି ବିଶ୍ବବିଦ୍ୟାଳୟ ଭିତରକୁ ଗଲେ ଆଧାର କାର୍ଡ ଦେଖାଇବାକୁ ହେବ

64

କନକ ବ୍ୟୁରୋ :  ଫକୀର ମୋହନ ବିଶ୍ବବିଦ୍ୟାଳୟ ପରିସରରେ ଆସିଷ୍ଟାଣ୍ଟ୍ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ପରେ ବଢିଲା ସୁରକ୍ଷା ବ୍ୟବସ୍ଥା। କାର୍ଯ୍ୟରେ  ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ବହିଷ୍କାର କରିଛନ୍ତି କୁଳପତି । ଏହା ସହ ଅଧିକ ୬ ଜଣ ସୁରକ୍ଷାକର୍ମୀଙ୍କୁ ନିଯୁକ୍ତ କରାଯାଇଛି । ଏଣିକି ୨୪ ଘଣ୍ଟିଆ ସୁରକ୍ଷା ପାଟ୍ରୋଲିଂ କରାଯିବ। ପୂର୍ବରୁ ସୁରକ୍ଷାକର୍ମୀ ରହିଥିଲେ ମଧ୍ୟ ପାଟ୍ରୋଲିଂ କରାଯାଉନଥିଲା। ପୋଲିସ ଓ ଫରେନସିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କେଉଁ ପରିସ୍ଥିତିରେ ଏଭଳି ଘଟିଲା ତାହାର ତଦନ୍ତ ଚାଲିଛି । ଏଣିକି ବିଶ୍ବବିଦ୍ୟାଳୟ ଭିତରକୁ ଗଲେ ଆଧାର କାର୍ଡ ଦେଖାଇବାକୁ ହେବ ।

 ସେପଟେ ଅଭିଯୁକ୍ତକୁ ଗିରଫ କରିବା ପରେ ତାଙ୍କ ବାପା ଗଣମାଧ୍ୟମକୁ ଆସି ନିଜର ପ୍ରତିକ୍ରିୟା ରଖିଛନ୍ତି। ବାପାଙ୍କ କହିବା ଅନୁସାରେ ତାଙ୍କ ପୁଅ ହରିହର ପାତ୍ରର ୩ ବର୍ଷ ହେବ ମସ୍ତିଷ୍କ ରୋଗ ବାହାରିଛି । ଚିକିତ୍ସା ଚାଲିଛି । କେତେବେଳେ କଣ କରୁଛି। ଏପରିକି ବାପାକୁ ପିଟି ହାତ ଭାଙ୍ଗି ଦେଇଥିବା କହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe