ରାଜସ୍ଥାନ ଅଜମେରରେ ବର୍ଷାର ତାଣ୍ଡବ, ୪ ଦିନରେ ୨୩ ଜଣଙ୍କ ମୃତ୍ୟୁ, ଦୁଇଦିନ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ

ଏଭଳି ଭୟଙ୍କର ବନ୍ୟାର ଦୃଶ୍ୟ ରାଜସ୍ଥାନର ଆଜମେରରୁ ଆସିଛି । ସହରାଞ୍ଚଳରୁ ଆସିଛି ଏହି ଛାତିଥରା ଦୃଶ୍ୟ । ସହର ଭିତରେ ଚାଲିଛି ନଦୀ ପରି ପାଣିସୁଅ । ଶୁକ୍ରବାର ରାତିରେ  ମୂଷଳଧାରାରେ ବର୍ଷା ଫଳରେ ପ୍ରଳୟଙ୍କରୀ ବନ୍ୟା ଆସିଛି ।  କେବଳ ଆଜମେର ନୁହେଁ, ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ବନ୍ୟା ଆସିଛି ।

49

କନକ ବ୍ୟୁରୋ : ପ୍ରବଳ ବର୍ଷା ଯୋଗୁ ଭୀଷଣ ବନ୍ୟା । ବନ୍ୟାରେ ଭାସିଗଲା କାର୍ ଓ ବାଇକ୍ । ଏପରିକି ପାଣି ସୁଅରୁ ଲୋକ ମଧ୍ୟ ବାଦ୍ ପଡୁନାହାନ୍ତି । ଏଭଳି ଭୟଙ୍କର ବନ୍ୟାର ଦୃଶ୍ୟ ରାଜସ୍ଥାନର ଆଜମେରରୁ ଆସିଛି । ସହରାଞ୍ଚଳରୁ ଆସିଛି ଏହି ଛାତିଥରା ଦୃଶ୍ୟ । ସହର ଭିତରେ ଚାଲିଛି ନଦୀ ପରି ପାଣିସୁଅ । ଶୁକ୍ରବାର ରାତିରେ  ମୂଷଳଧାରାରେ ବର୍ଷା ଫଳରେ ପ୍ରଳୟଙ୍କରୀ ବନ୍ୟା ଆସିଛି ।  କେବଳ ଆଜମେର ନୁହେଁ, ରାଜସ୍ଥାନର ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ଫଳରେ ବନ୍ୟା ଆସିଛି । ରାଜସମନ୍ଦରେ ଏକ ସ୍କୁଲ୍ ବସ୍ ପାଣିରେ ଫସିଯାଇଥିଲା । ସ୍ଥାନୀୟ ଲୋକମାନେ ବସରୁ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରିଛନ୍ତି । ଆଜମେର ହସପିଟାଲରେ ମଧ୍ୟ ପାଣି ପଶିଯାଇଛି । ପରିସ୍ଥିତିର ମୁକାବିଲା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି କାମ ।  ଏଭଳି ସ୍ଥିତିରେ ଲୋକମାନେ ଘରୁ ନବାହାରିବା ପାଇଁ ସତର୍କ କରାଇ ଦିଆଯାଇଛି

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe