ଆଦାନୀ ମାମଲାରେ ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧୀଙ୍କ ଟାର୍ଗେଟ: କହିଲେ, ମୋଦୀ ଜୀ ସଂସଦକୁ ଆସନ୍ତୁ

ସଂସଦରେ ଶୀତକାଳିନ ଅଧିବେଶନର ୯ମ ଦିନରେ ହଙ୍ଗାମା ଦେଖିବାକୁ ମିଳିଛି । ରାଜ୍ୟସଭା ଭିତରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଘଂବିଙ୍କ ସିଟ ତଳୁ ନୋଟର ବଣ୍ଡଲ ମିଳିବାପରେ ମାହୋଲ ଗରମ ହୋଇଛି ।

fef

କନକ ବ୍ୟୁରୋ: ସଂସଦରେ ଶୀତକାଳିନ ଅଧିବେଶନର ୯ମ ଦିନରେ ହଙ୍ଗାମା ଦେଖିବାକୁ ମିଳିଛି । ରାଜ୍ୟସଭା ଭିତରେ କଂଗ୍ରେସ ସାଂସଦ ଅଭିଷେକ ମନୁ ସିଘଂବିଙ୍କ ସିଟ ତଳୁ ନୋଟର ବଣ୍ଡଲ ମିଳିବାପରେ ମାହୋଲ ଗରମ ହୋଇଛି । ସେହିପରି ଆଦାନୀ ମାମଲାରେ କଂଗ୍ରେସ ବାରମ୍ବାର ଟାର୍ଗେଟ କରି ଆସୁଛି । ଆଉ ଏହାରି ଭିତରେ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । ସେ ମୋଦୀଙ୍କୁ ସଂସଦକୁ ଆସିବାକୁ କହିଛନ୍ତି । ଏହାସହ ଅଦାନୀ ମାମଲାରେ ତାଙ୍କୁ ଡରିବାକୁ ପରାମର୍ଶ ଦେଇଛନ୍ତି । 

ରାହୁଲ ଗାନ୍ଧୀ ସୋସିଆଲମିଡିଆ ପ୍ଲାଟଫର୍ମ ଫେସବୁକରେ କହିଛନ୍ତି, ମୋଦୀ ଜୀ ସଂସଦକୁ ଆସନ୍ତୁ । ଅଦାନୀଙ୍କ ଉପରେ ଯାଞ୍ଚକୁ ନେଇ ଡଜରନ୍ତୁ ନାହିଁ । କଂଗ୍ରେସ ନିଜ ଇଣ୍ଡିଆ ବ୍ଲକର ସହଯୋଗୀଙ୍କ ସାଙ୍ଗରେ ଶୀତକାଳିନ ଅଧିବେଶନ ଆରମ୍ଭରୁ ଆମେରିକାର ଅଦାନୀଙ୍କ ଉପରେ ଅଭିଯୋଗକୁ କାୟମ ରଖିଥିଲା । ଏହା ପୂର୍ବଦିନ ବିପକ୍ଷ ସଂସଦରେ ଅଦାନୀ ମୁଦ୍ଦାକୁ ନେଇ ବିରୋଧ କରିବା ପାଇଁ ମାସ୍କ ପିନ୍ଧିଥିଲେ । ଯାହା ଉପରେ ଲେଖାଥିଲା ମୋଦୀ-ଅଦାନୀ, ଭାଇ-ଭାଇ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe