ମହାରାଷ୍ଟ୍ର ନିର୍ବାଚନରେ ମ୍ୟାଚ୍ ଫିକ୍ସିଂ ଦାବିକୁ ନେଇ ଅଡୁଆରେ ରାହୁଲ ଗାନ୍ଧୀ, ଜବାବ ରଖିଲା ଇସିଆଇ

ଏଭଳି କିଛି ଶଦ୍ଧ ସହ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସଂଗୀନ ଅଭିଯୋଗର ସରଳ ଜବାବ ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଶନିବାର ପ୍ରକାଶିତ ହିନ୍ଦୀ,ଇଂରାଜୀ ଓ ଆଞ୍ଚଳିକ ଭାଷାର ଖବର କାଗଜରେ ରାହୁଲଙ୍କ ଏକ ଆଲେଖ୍ୟ ସ୍ଥାନ ପାଇଥିଲା । ଯେଉଁଥିରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଉପରେ ପ୍ରଶ୍ନ ଉଠାଇବା ସହ ବଡଧରଣର ଭୋଟ ଜାଲିଆତି ହୋଇଥିବା ଅଭିଯୋଗ ଆଣିଥିଲେ । ଯାହାର ଜବାବ ରଖିଛନ୍ତି ଇସିଆଇ 

45874`

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ ଜବାବ । ବିରୋଧୀ ଦଳ ନେତାଙ୍କ ସେହି ଅଭିଯୋଗକୁ ଭିତ୍ତିହୀନ କହିଛନ୍ତି କମିଶନ,  ଯେଉଁଥିରେ ସେ ଦାବି କରିଥିଲେ କି ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଫଳାଫଳରେ ବଡ ଧରଣର ହେରଫେର ହୋଇଛି । 

  • ଭିତ୍ତିହୀନ ବୟାନବାଜି କରନ୍ତୁ ନାହିଁ
  • ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ସମ୍ପୂର୍ଣ୍ଣ ଠିକ୍ ଓ ସ୍ବଚ୍ଛ
  • ନିର୍ବାଚନ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇବା ଠିକ୍ ନୁହେଁ
  • ରାହୁଲ ଗାନ୍ଧୀଙ୍କୁ ଇସିଆଇଙ୍କ ତାଗିଦ

ଏଭଳି କିଛି ଶଦ୍ଧ ସହ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସଂଗୀନ ଅଭିଯୋଗର ସରଳ ଜବାବ ରଖିଛନ୍ତି ମୁଖ୍ୟ ନିର୍ବାଚନ କମିଶନ । ଶନିବାର ପ୍ରକାଶିତ ହିନ୍ଦୀ,ଇଂରାଜୀ ଓ ଆଞ୍ଚଳିକ ଭାଷାର ଖବର କାଗଜରେ ରାହୁଲଙ୍କ ଏକ ଆଲେଖ୍ୟ ସ୍ଥାନ ପାଇଥିଲା । ଯେଉଁଥିରେ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ଉପରେ ପ୍ରଶ୍ନ ଉଠାଇବା ସହ ବଡଧରଣର ଭୋଟ ଜାଲିଆତି ହୋଇଥିବା ଅଭିଯୋଗ ଆଣିଥିଲେ । ଯାହାର ଜବାବ ରଖିଛନ୍ତି ଇସିଆଇ 

କେତେ ସତ ରାହୁଲଙ୍କ ଦାବି?

  • ନିର୍ବାଚନ ପ୍ରକ୍ରିୟାକୁ ଓଲଟ ପାଲଟ କରିଥିଲା ଏନଡିଏ
  • ଭୋଟ୍ ଜାଲିଆତି ପାଇଁ ୫ ପ୍ରକାର ମଡେଲ ଗ୍ରହଣ କରାଯାଇଥିଲା
  • ନିର୍ବାଚନ କମିଶନଙ୍କ ନିଯୁକ୍ତି ପାଇଁ ପ୍ୟାନେଲରେ ରିଗିଂ 
  •  ଭୋଟର ତାଲିକାରେ ଜାଲ ଭୋଟରଙ୍କୁ ସ୍ଥାନ 
  • ଭୋଟର ଟର୍ଣ୍ଣଆଉଟକୁ ଅଧିକ ଦର୍ଶାଇବା 
  • ବିଜେପିର ବିଜୟ ଆବଶ୍ୟକତା ହେଉଥିବା ସ୍ଥାନରେ ଜାଲ୍ ଭୋଟର
  • ତେଣୁ ବିଧାନସଭା ନିର୍ବାଚନରେ ମହାବିକାଶ ଅଘାଡ଼ିର ଶୋଚନୀୟ ପରାଜୟ ଘଟିଥିଲା 

ରାହୁଲ ଗାନ୍ଧୀଙ୍କ ଯୁକ୍ତି ଅନୁଯାୟୀ ୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୮.୯୮ କୋଟି ଭୋଟର ଥିଲେ । କିନ୍ତୁ ୨୦୨୪ ଲୋକସଭା ନିର୍ବାଚନ ବେଳକୁ ଏହା ବୃଦ୍ଧି ପାଇ ୯.୨୯ କୋଟି ହୋଇଥିଲା । କିନ୍ତୁ ଏହାପରେ ପରେ ମାତ୍ର ୫ ମାସରେ ନଭେମ୍ବର ବେଳକୁ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭୋଟର ସଂଖ୍ୟା ୪୧ ଲକ୍ଷ ବୃଦ୍ଧି ପାଇଥିଲା । ଫଳରେ ମୋଟ ଭୋଟର ସଂଖ୍ୟା ୯.୭୦ କୋଟି ହୋଇଥିଲା । ଏଥିସହ ରାହୁଲ ଏକଥାର ଆଶଙ୍କା ପ୍ରକାଶ କରିଛନ୍ତି ଯେ ମହାରାଷ୍ଟ୍ର ପରି ବିହାର ବିଧାନସଭା ନିର୍ବାଚନରେ ମ୍ୟାଚ ଫିକ୍ସିଂ ହେବ । ସେପଟେ ରାହୁଲଙ୍କ ଅଭିଯୋଗ ଉପରେ ବିଜେପି ପ୍ରତିକ୍ରିୟା ରଖିଛି

୨୦୨୪ ମହାରାଷ୍ଟ୍ର ନିର୍ବାଚନ ଫଳାଫଳ ପ୍ରକାଶ ହେବା ପରେ କଂଗ୍ରେସ ସମାନ ଅଭିଯୋଗ ଆଣିଥିଲା । ଯାହାର ଜବାବ ରଖିବା ସହ ଅଫିସିଆଲ ୱେବସାଇଟରେ ଫଳାଫଳ ସମ୍ବନ୍ଧିତ ସମ୍ପୂର୍ଣ୍ଣ ତଥ୍ୟ ରଖି ଜବାବ ଦେଇଥିଲେ ନିର୍ବାଚନ କମିଶନ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe