କନକ ବ୍ୟୁରୋ : କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜରେ ରାଗିଂ ଅଭିଯୋଗ । ସିନିୟର ଛାତ୍ରଙ୍କ ମାଡ଼ରେ ଦ୍ବିତୀୟ ବର୍ଷ ମାଇନିଂ ଇଞ୍ଜିନିୟରିଂ ଛାତ୍ର ଗୁରୁତର ହୋଇଛନ୍ତି । ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ଲୁହାରଡ଼ ଏବଂ ବାଡ଼ିରେ ପିଟିଲେ ସିନିୟର ଛାତ୍ର । ଗୁରୁତର ଛାତ୍ରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଏନେଇ ପୀଡ଼ିତଙ୍କ ପରିବାର ଥାନାରେ ଅଭିଯୋଗ କରିଛନ୍ତି । ଛାତ୍ର ଜଣକ ପୂର୍ବରୁ ରାଗିଂର ଶିକାର ହୋଇଥିବା ବେଳେ ଏନେଇ ସେ କଲେଜ କର୍ତୃପକ୍ଷଙ୍କୁ ଅବଗତ କରାଇଥିଲେ । କିନ୍ତୁ କଲେଜ କର୍ତୃପକ୍ଷ କୌଣସି ପଦକ୍ଷେପ ନେବା ବଦଳରେ ସେମାନଙ୍କୁ ଚେତାବନୀ ଦେଇ ଛାଡ଼ି ଦେଇଥିଲେ । କଲେଜ କର୍ତୃପକ୍ଷଙ୍କ ନିରବତା ପାଇଁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ ।
ଇଂଜିନିୟରିଂ କଲେଜରେ ରାଗିଂ ; ଲୁହା ରଡ୍ରେ କଲେ ଆକ୍ରମଣ
କେନ୍ଦୁଝର ସରକାରୀ ଡିଗ୍ରୀ ଇଞ୍ଜିନୟରିଂ କଲେଜରେ ରାଗିଂ ଅଭିଯୋଗ । ସିନିୟର ଛାତ୍ରଙ୍କ ମାଡ଼ରେ ଦ୍ବିତୀୟ ବର୍ଷ ମାଇନିଂ ଇଞ୍ଜିନିୟରିଂ ଛାତ୍ର ଗୁରୁତର ହୋଇଛନ୍ତି । ରାତି ଅଧରେ ହଷ୍ଟେଲ କବାଟ ଭାଙ୍ଗି ଲୁହାରଡ଼ ଏବଂ ବାଡ଼ିରେ ପିଟିଲେ ସିନିୟର ଛାତ୍ର।