ରାତି ଅଧରେ ପୀଡ଼ିତାଙ୍କ ମୃତଦେହ ବ୍ୟବଚ୍ଛେଦକୁ ବିରୋଧ, ମହାପ୍ରାଣାୟ ଗାଡ଼ି ଆଗରେ ବିରୋଧୀଙ୍କ ଧାରଣା, ସୁରକ୍ଷାକର୍ମୀ ଓ ନେତା ମୁହାଁମୁହିଁ

ପୀଡ଼ିତାଙ୍କ ମୃତ୍ୟୁ ନେଇ ସୂଚନା ମିଳିବା ପରେ ବିରୋଧୀ କଂଗ୍ରେସ ଓ ବିଜେଡି ଏମ୍ସରେ ପହଞ୍ଚିଲେ। ରାତି ଅଧରେ ପୀଡ଼ିତାଙ୍କ ମୃତଦେହ ବ୍ୟବଚ୍ଛେଦକୁ ବିରୋଧ କରିଥିଲେ ଭଭୟ ଦଳ । ଯାହାକୁ ନେଇ ବ୍ୟାପକ ପୁଲିସ ଫୋର୍ସ ହସ୍ପିଟାଲ ପରିସରରେ ମୁତୟନ କରାଯାଇଥିଲା। ମୃତଦେହ ନେବା ପାଇଁ ଆସିଥିବା ମହାପ୍ରାଣାୟ ଗାଡି ଆଗ ଓ ପଛରେ ଧାରଣାରେ ବସିଥିଲେ ବିଜେଡି ଓ କଂଗ୍ରେସ।

02

କନକ ବ୍ୟୁରୋ :  ବାଲେଶ୍ୱର ଫକୀରମୋହନ କଲେଜରୁ ଆତ୍ମହତ୍ୟା ଉଦ୍ୟମ କରି ଏମ୍ସରେ ଚିକିତ୍ସିତ ହେଉଥିବା ପୀଡ଼ିତା ସୌମ୍ୟାଶ୍ରୀଙ୍କର ଗତାକାଲି ରାତିରେ ଭୁବନେଶ୍ୱର ଏମ୍ସରେ ମୃତ୍ୟୁ ହୋଇଛି ।  ପୀଡ଼ିତାଙ୍କ ମୃତ୍ୟୁ ନେଇ ସୂଚନା ମିଳିବା ପରେ ବିରୋଧୀ କଂଗ୍ରେସ ଓ ବିଜେଡି ଏମ୍ସରେ ପହଞ୍ଚିଲେ। ରାତି ଅଧରେ ପୀଡ଼ିତାଙ୍କ ମୃତଦେହ ବ୍ୟବଚ୍ଛେଦକୁ ବିରୋଧ କରିଥିଲେ ଭଭୟ ଦଳ । ଯାହାକୁ ନେଇ ବ୍ୟାପକ ପୁଲିସ ଫୋର୍ସ ହସ୍ପିଟାଲ ପରିସରରେ ମୁତୟନ କରାଯାଇଥିଲା। ମୃତଦେହ ନେବା ପାଇଁ ଆସିଥିବା ମହାପ୍ରାଣାୟ ଗାଡି ଆଗ ଓ ପଛରେ ଧାରଣାରେ ବସିଥିଲେ ବିଜେଡି ଓ କଂଗ୍ରେସ। ମୃତଦେହ ନେବା ପାଇଁ ପୁଲିସ ବିଜେଡି ଓ କଂଗ୍ରେସ କର୍ମୀଙ୍କୁ ସେଠାରୁ ହଟାଇଥିଲା। ଏହି ସମୟରେ ପୁଲିସ ସହ ବିଜେଡି ଓ କଂଗ୍ରେସ କର୍ମୀ ଧସ୍ତଧସ୍ତା ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe